Latest Odisha News

BREAKING NEWS

AI ଯୋଗୁଁ ଚାକିରି ହରାଇବା ଚିନ୍ତାରେ ଅଛନ୍ତି କି?ଏହାକୁ ନେଇ ଏପରି ମତ ରଖିଲେ ଗୁଗୁଲ୍ କ୍ଲାଉଡ୍ ସିଇଓ ….

ନୂଆଦିଲ୍ଲୀ:କୃତ୍ରିମ ବୁଦ୍ଧିମତ୍ତା (AI) ଏପରି ଏକ ପ୍ରଯୁକ୍ତିବିଦ୍ୟା ଯାହା କର୍ମଚାରୀଙ୍କୁ ଦୂର କରିନଥାଏ, ସାହାଯ୍ୟ କରେ। ଏହା କହିଛନ୍ତି ଗୁଗୁଲ୍ କ୍ଲାଉଡ୍ (Google Cloud) ସିଇଓ ଥମାସ୍ କୁରିଆନ୍ (Thomas Kurian) । ସିଇଓ ଥମାସ୍ କୁରିଆନ୍ କହିଛନ୍ତି ଯେ AIର ଉଦ୍ଦେଶ୍ୟ ହେଉଛି କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟରେ ସହାୟତା କରିବା ଏବଂ ସେମାନଙ୍କର ଉତ୍ପାଦକତା ବୃଦ୍ଧି କରିବା, ସେମାନଙ୍କୁ ହଟାଇବା ନୁହେଁ।

ପୂର୍ବରୁ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ ମଧ୍ୟ AI ଉପରେ ନିଜର ମତାମତ ଦେଇଥିଲେ। ସେ କହିଥିଲେ ଯେ AI ଗୁଗୁଲ୍ ଇଞ୍ଜିନିୟରମାନଙ୍କୁ ୧୦% ଅଧିକ ଉତ୍ପାଦନକ୍ଷମ କରିଛି।

ଥମାସ କୁରିଆନ Google Customer Engagement Suiteକୁ ଉଦାହରଣ ଭାବରେ ଉଲ୍ଲେଖ କରି ତର୍କ ଦେଇଛନ୍ତି ଯେ, ଏହି ପ୍ରଯୁକ୍ତିବିଦ୍ୟା କୌଣସି କ୍ଲାଇଣ୍ଟଙ୍କୁ କର୍ମଚାରୀଙ୍କୁ ଛଟେଇ କରିବାକୁ ପ୍ରେରଣା ଦେଇନାହିଁ। ବରଂ ଏହି ପ୍ଲାଟଫର୍ମ ସେବା ଦଳଗୁଡ଼ିକୁ ପ୍ରଶ୍ନର ଉତ୍ତର ଶୀଘ୍ର ଦେବାରେ ସାହାଯ୍ୟ କରେ, ଯାହା ଦ୍ୱାରା ଗ୍ରାହକ ଅଭିଜ୍ଞତାରେ ଉନ୍ନତି ଆଣେ।

କୁରିଏନ୍ କହିଛନ୍ତି ଯେ ଯେତେବେଳେ ଏହି ପ୍ରଯୁକ୍ତିବିଦ୍ୟା ପ୍ରଥମେ ଆରମ୍ଭ ହୋଇଥିଲା, ଲୋକମାନେ ଭୟ ପ୍ରକାଶ କରିଥିଲେ ଯେ ଏହା କର୍ମଚାରୀଙ୍କ ଚାକିରିକୁ ବିପଦରେ ପକାଇପାରେ, କିନ୍ତୁ ଏହା ହୋଇନଥିଲା।

କୁରିଏନ୍ ଏବଂ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇଙ୍କ ପରି ପ୍ରଯୁକ୍ତିବିଦ୍ୟା ଲିଡର୍ସମାନେ AIକୁ ଉତ୍ପାଦକତା ବୃଦ୍ଧିକାରୀ ଉପକରଣ ବୋଲି ବିବେଚନା କରନ୍ତି।

 

 

 

Comments are closed.