Latest Odisha News

BREAKING NEWS

ଫେବୃଆରି ୨୫ରେ ପୁଣି ଓଡିଶା ଆସିବେ ଏଆଇସିସି ସ୍କ୍ରିନିଂ କମିଟି

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ୩ ସଦସ୍ୟ ବିଶିଷ୍ଟ ଏଆଇସିସି ସ୍କ୍ରିନିଂ କମିଟି ଫେବୃଆରି ମାସ ୨୫ ତାରିଖରେ ପୁଣି ଥରେ ୩ ଦିନିଆ ଓଡିଶା ଗସ୍ତରେ ଆସିବେ ।

ଏହି କମିଟିର ଅଧ୍ୟକ୍ଷ ବି ଡି ସତିସନ୍ ଏବଂ ଅନ୍ୟ ୨ ସଦସ୍ୟ ନୌସାଦ ସାଲଙ୍କି ଓ ଜିତିନ୍ ପ୍ରସାଦଙ୍କ ନେତୃତ୍ୱରେ କମିଟି ସୋମବାର ସକାଳେ ଭୁବନେଶ୍ୱର ଗସ୍ତରେ ଆସିବେ । କାର୍ଯ୍ୟସୂଚୀ ଅନୁଯାୟୀ ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ନିର୍ବାଚନ ମଣ୍ଡଳୀର ଦଳୀୟ ନେତାଙ୍କ ସହ ଆଲୋଚନା କରିବା ପାଇଁ ସତିସନ୍ ସେହିଦିନ ବାରିପଦା ଗସ୍ତରେ ଯିବେ ।

ପ୍ରାପ୍ତ ସୂଚନାନୁଯାୟୀ ଫେବୃଆରି ୨୫ ତାରିଖରେ ସ୍କ୍ରିନିଂ କମିଟି ସମ୍ବଲପୁର, ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାର ନିର୍ବାଚନ ମଣ୍ଡଳୀରେ ଦଳୀୟ ନେତାଙ୍କୁ ଭେଟି ଆଲୋଚନା କରିବେ।

ଆହୁରି ମଧ୍ୟ ଫେବୃଆରି ୨୬ ତାରିଖରେ ବାଲେଶ୍ୱର ଓ ଭଦ୍ରକ ଗସ୍ତରେ ଯାଇ ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପାର୍ଟି ନେତାଙ୍କ ସହ ଆଲୋଚନା କରିବା ପାଇଁ ବାଲେଶ୍ୱର ଗସ୍ତ କରିବେ ।

ସେହିପରି ଫେବୃଆରି ୨୭ ତାରିଖ ଦିନ ଜିତିନ ପ୍ରସାଦ ଭୁବନେଶ୍ୱର କଂଗ୍ରେସ ଭବନରେ କନ୍ଧମାଳ ଓ ଯାଜପୁର ଜିଲ୍ଲାରେ ଦଳୀୟ ନେତାଙ୍କୁ ଭେଟିବେ ।

ଏହି କମିଟି ଫେବୃଆରି ୧୩ ତାରିଖରେ ଓଡିଶା ଗସ୍ତରେ ଆସି କଟକ, ଭୁବନେଶ୍ୱର, ପୁରୀ, ଜଗତସିଂହପୁର, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ ଆସ୍କାରେ ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପାର୍ଟି ନେତାଙ୍କ ସହ ଆଲୋଚନା କରିଥିଲେ ।

Leave A Reply

Your email address will not be published.