ଭୁବନେଶ୍ୱର : ଅଙ୍ଗଦାନ ମହତ୍ ଦାନ । ଏନେଇ ସଚେଚନତା ସୃଷ୍ଟି ପାଇଁ ଏମ୍ସ ଭୁବନେଶ୍ୱରରେ ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ୱାକାଥନ୍ । ହକି ଇଣ୍ଡିଆ ଅଧ୍ୟକ୍ଷ ଦିଲ୍ଲୀପ ତିର୍କୀ ଏହାର ଶୁଭାରମ୍ଭ କରିଥିଲେ । ଅଙ୍ଗ ଦାନରେ ଅନ୍ଧବିଶ୍ୱାସକୁ ଦୂର କରିବାରେ ଏମ୍ସ ଭୁବନେଶ୍ବର ଛାତ୍ରଛାତ୍ରୀ କାର୍ଯ୍ୟ କରିବାକୁ ସେ ଆହ୍ୱାନ କରିଥଲେ। ପ୍ରାୟ ୧ ହଜାରରୁ ଅଧିକ ମେଡିକାଲ୍ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା, ଏମ୍ସ କର୍ମଚାରୀ ଓ୍ୱାକାଥନରେ ଅଂଶଗ୍ରହଣ କରିଥିଲେ।
ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସ, ମେଡିକାଲ୍ ଅଧୀକ୍ଷକ ପ୍ରଫେସର ଏସ୍ ଏନ ମହାନ୍ତି, ଡିନ୍ ଡକ୍ଟର ପି ଆର ମହାପାତ୍ର, କୁଳସଚିବ ବି ବି ମିଶ୍ର, ଡ. ପ୍ରଭାସ ରଂଜନ ତ୍ରିପାଠୀ, ଡ. ସଞ୍ଜୟ ଗିରି, ଡିଡିଏ ରଶ୍ମି ରଂଜନ ସେଠୀ, ନର୍ସିଂ କଲେଜ ଅଧ୍ୟକ୍ଷା ଆଶା ପି ସେଟ୍ଟି, ଡ. ପ୍ରଶାନ୍ତ ନାୟକ, ଡ. ସୁବ୍ରତ ସାହୁ, ଡ. ହେମନ୍ତ ନାୟକଙ୍କ ସମେତ ଅନେକ ଅଧ୍ୟାପକ ଅଧ୍ୟାପିକା, ସରକାରୀ କ୍ଷେତ୍ରରେ ଲିଭର ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ ଆରମ୍ଭ କରିଥିବା ପ୍ରଫେସର ଭିନିଏନ୍ଦ୍ର ପାମେଚା ପ୍ରମୁଖ ଅଂଶଗ୍ରହଣ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏମ୍ସ ଭୁବନେଶ୍ୱର ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ସହକାରୀ ପ୍ରଫେସର ତଥା କାର୍ଯ୍ୟକ୍ରମ ସଂଗଠନ ସମ୍ପାଦକ ଡକ୍ଟର ବ୍ରହ୍ମଦତ୍ତ ପଟ୍ଟନାୟକ ୱାକାଥନ୍ ର ସଫଳତା ନିମନ୍ତେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
Comments are closed.