Latest Odisha News

କୋଲକାତାରେ କରୋନା କହର, ଶତାଧିକ ଡାକ୍ତର ସଂକ୍ରମିତ

ଭୁବନେଶ୍ୱର: ପୁଣି କାୟା ବିସ୍ତାର କରିଛି କରୋନା ସଂକ୍ରମଣ । ଏଥର ଭିନ୍ନ ରୂପରେ । ସମୟକ୍ରମେ ଏହି ସଂକ୍ରମଣ ସାରା ଦେଶରେ ପୁଣିଥରେ ମାଡି ଚାଲିଛି । ଏହି ଧାରାରେ କୋଲକାତା ମଧ୍ୟ ବର୍ତ୍ତିପାରିନି । ଏହି ଆକର୍ଷଣୀୟ ସହରରେ ଶତାଧିକ ଡାକ୍ତର କରୋନା କବଳରେ ପଡିଥିବା ସୂଚନା ରହିଛି ।

ଗତ ସପ୍ତାହରେ କୋଲକାତାର ବିଭିନ୍ନ ହସ୍ପିଟାଲର ଡାକ୍ତରମାନେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । କାଲକାଟା ନ୍ୟାସନାଲ ମେଡିକାଲ୍ କଲେଜ୍ ଆଣ୍ଡ ହସ୍ପିଟାଲରେ ୭୦ ଜଣ, କାଳୀଘାଟ ସ୍ଥିତ ଚିତ୍ତରଂଜନ ସେବା ସଦନ ଆଣ୍ଡ ଶିଶୁ ସଦନ ହସ୍ପିଟାଲର ୨୪ ଜଣ ଓ ରିଜିଓନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଅପ୍‌ଥାଲମୋଲୋଜିର ୧୨ ଜଣ ଡାକ୍ତର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଡାକ୍ତରଙ୍କୁ ସଙ୍ଗରୋଧରେ ରଖାଯାଇ ସେମାନଙ୍କର ପରୀକ୍ଷଣ ଆରମ୍ଭ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.