Latest Odisha News

BREAKING NEWS

୧୭ରୁ ବନ୍ଦ ହେବ ଏମ୍ସ ଓପିଡି

ଭୁବନେଶ୍ୱର: କରୋନାରେ ରୋଗୀ ସଂଖ୍ୟା ବଢି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର କିଛି ହସ୍ପିଟାଲରେ ସତର୍କତା ମୂଳକ ପଦକ୍ଷେପ ନିଆଯାଇ ହସ୍ପିଟାଲରେ ଥିବା ଓପିଡିକୁ ବ୍ୟବହାର କରାଯାଉଛି । ହେଲେ ରୋଗୀ ସେବା ଚାଲୁ ରହିଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ୧୭ରୁ ଭୁବନେଶ୍ୱର ଏମ୍ସର ଓପିଡି ବନ୍ଦ ରହିବ । ଏନେଇ ଏମ୍ସ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।<

/p>

ଏମ୍ସର କିଛି ଅଧିକାରୀ ଓ କର୍ମଚାରୀ ପଜିଟିଭ ଚିହ୍ନଟ ହେବା ପରେ ଏହିପରି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି । ଓପିଡି ବନ୍ଦ ରହିଲେ ମଧ୍ୟ କିଛି ଜରୁରୀକାଳୀନ ସେବା ଚାଲୁ ରହିବ ବୋଲି ଜଣାପଡ଼ିଛି ।

Comments are closed, but trackbacks and pingbacks are open.