Latest Odisha News

କଳିଯୁଗର ଶ୍ରବଣ କୁମାର ସାଜିଲେ ତାବି

ବ୍ରାଜିଲ୍: ପିତା-ମାତାଙ୍କ କର୍ତ୍ତବ୍ୟ କରିବା ପାଇଁ ସାଧାରଣ ଯୁବକମାନେ କୁଣ୍ଠାବୋଧ ପ୍ରକାଶ କରିଥାନ୍ତି । ଏହି କାରଣରୁ ବିଶ୍ୱରେ ଜରା ନିବାସ ସଂଖ୍ୟା ବଢିବାରେ ଲାଗିଛି । ହେଲେ ବ୍ରାଜିଲରୁ ଏକ ଚକିତ କରିବା ଭଳି ଭିଡିଓ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳିଛି ତାବି ନାମକ ଜଣେ ୨୪ ବର୍ଷିଆ ଯୁବକ ନିଜ ୬୭ ବର୍ଷିଆ ପିତାଙ୍କୁ ପିଠିରେ ବସେଇ ଟିକାକରଣ କେନ୍ଦ୍ରକୁ ନେଇ ଯାଉଛନ୍ତି । ତାବି ତାଙ୍କ ବାପାଙ୍କୁ ଦୀର୍ଘ ୬ ଘଣ୍ଟା ପିଠିରେ ବସେଇ ଚାଲିବା ପରେ ଟିକାକରଣ କେନ୍ଦ୍ରରେ ପହଞ୍ଜିଥିଲେ ।

ତାବିଙ୍କ ପିତାଙ୍କୁ କିଛି ଦେଖାଯାଏ ନାହିଁ । ବହୁମୁତ୍ର ସମସ୍ୟା କାରଣରୁ ସେ ଚାଲି ମଧ୍ୟ ପାରନ୍ତି ନାହିଁ ବୋଲି ଡାକ୍ତର ଏରିକ ଜେନିଙ୍ଗସ୍ ସିମୋସ କହିଛନ୍ତି । ଏହି ଫଟୋକୁ ଡାକ୍ତର ଏରିକ ଜେନିଙ୍ଗସ୍ ୨୦୨୧ ମସିହାରେ ଉତ୍ତୋଳନ କରିଥିଲେ । ଯେବେ ବ୍ରାଜିଲରେ କରୋନା ନିରୋଧୀ ଟିକାକରଣ ଆରମ୍ଭ ହୋଇଥିଲା ।

Comments are closed, but trackbacks and pingbacks are open.