Latest Odisha News

BREAKING NEWS

୧୭ରୁ ଏମସ ଓପିଡି ବନ୍ଦ

ଭୁବନେଶ୍ବର : ଆସନ୍ତା ୧୭ ତାରିଖରୁ ବନ୍ଦ ହେବ ଭୁବନେଶ୍ବର ଏମସ ଓପିଡି । କୋଭିଡ ସଂକ୍ରମଣ ଦୃଷ୍ଟିରୁ ବିଭିନ୍ନ ଓପିଡିକୁ ବନ୍ଦ କରିଛି ଭୁବନେଶ୍ବର ଏମସ । ଓପିଡି ବନ୍ଦ ନେଇ ଭୁବନେଶ୍ୱର ଏମସ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଭୁବନେଶ୍ବର ଏମସର କିଛି ଅଧିକାରୀ ଓ କର୍ମଚାରୀ ପଜିଟିଭ ଚିହ୍ନଟ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଓପିଡି ବନ୍ଦ ହେଲେ ମଧ୍ୟ ଅଳ୍ପ କେତେକ ବିଭାଗ ପୂର୍ବପରି ଖୋଲା ରହିବ ।

ଯେଉଁ ବିଭାଗ ଗୁଡିକ ଖୋଲା ରହିବ, ସେଗୁଡିକ ହେଲା- ଡେ କେୟାର ସର୍ଭିସ, ରେଡିଓ ଥେରାପି, ଡାୟାଲେସିସ, ଟ୍ରମା ଓ ଏମର୍ଜେନ୍ସି, ଲାଇଭ-ସେଭିଂ ସର୍ଜରୀ, ଟେଲିମେଡିସିନ ଓ ଟେଲିକନସଲଟେସନ, ଆଇପିଡି ସେବା, ପଲମୁନାରୀ, ଆନେସ୍ଥେସିଓଲୋଜି ଓ କୋଭିଡ ଟିକାକରଣ ସେବା । ଯେଉଁମାନେ ଅନଲାଇନରେ ପୂର୍ବରୁ ଟିକେଟ ବୁକ୍ କରିଛନ୍ତି ସେମାନେ ନିର୍ଦ୍ଦିଷ୍ଟ ତାରିଖରେ ଆସିବା ଲାଗି କୁହାଯାଇଛି । ରାଜ୍ୟରେ କୋଭିଡ ସଂକ୍ରମଣ ବଢୁଥିବା ବେଳେ ଏଭଳି କଟକଣା ଜାରି କରାଯାଇଛି ।

Comments are closed, but trackbacks and pingbacks are open.