Latest Odisha News

BREAKING NEWS

[ଭିଡିଓ] ଅସୁସ୍ଥ ହୋଇପଡିଲା ଡ୍ରାଇଭର, ୧୦ କି.ମି ବସ୍ ଚଳାଇଲେ ମହିଳା

ଭୁବନେଶ୍ୱର: ଜଣେ ମହିଳାଙ୍କ ସାହସିକତା ଚର୍ଚ୍ଚାକୁ ଆସିଛି । ଅସୁସ୍ଥତା କାରଣରୁ ବସ୍ ଚଳାଇପାରିନଥିଲା ଚାଳକ । ମନରେ ସାହାସ ସଂଚି ଦୀର୍ଘ ୧୦ କି.ମି ବସ୍ ଚଳାଇ ଅସୁସ୍ଥ ଗାଡି ଚାଳକର ଜୀବନ ରକ୍ଷା କଲେ ଜଣେ ମହିଳା ।

ପୁନେର ୱାଘଲି ଅଂଚଳରୁ କିଛି ମହିଳା ଗତ ୮ ତାରିଖରେ ପିକନିକ୍ ପାଇଁ ଘରୁ ବାହାରିଥିଲେ । ବୁଲାବୁଲି ସାରି ଘରକୁ ଫେରିବା ସମୟରେ ୪୦ ବର୍ଷୀୟ ଗାଡି ଚାଳକଙ୍କୁ ବାତ ମାରିଥିଲା । ଚାଳକ ନିକଟରେ ବାତ ଲକ୍ଷଣ ଦେଖି ମହିଳାମାନେ ତାଙ୍କୁ ଗାଡି ରଖିବାକୁ କହିଥିଲେ । ଏହି ଘଟଣା ଦେଖି ସମସ୍ତ ମହିଳା ଚକିତ ହୋଇପଡିଥିଲେ । ତେବେ ୟୋଗୀତା ସତାଭ ନାମକ ଜଣେ ମହିଳା କିନ୍ତୁ ବସ୍ ଚଳାଇବାକୁ ଆଗେଇ ଆସିଥିଲେ ।

କାର ଚଳାଇବା ଶିଖିଥିଲେ ବି ଜୀବନରେ କେବେ ହେଲେ ୟୋଗୀତା ବସ୍ ଚଳାଇନଥିଲେ । ତଥାପି ମନରେ ସାହାସ ସଂଚି ୟୋଗୀତା ଦୀର୍ଘ ୧୦ କି.ମି ବସ୍ ଚଳାଇ ନିକଟସ୍ଥ ଜନଗହଳିପୂର୍ଣ୍ଣ ଇଲାକାରେ ପହଂଚିଥିଲେ । ସେଠାରେ ଆଉ ଜଣେ ଡ୍ରାଇଭର ସହାୟତାରେ ମହିଳାମାନେ ଶିକରାପୁର ଡାକ୍ତରଖାନାରେ ପହଂଚି ଅସୁସ୍ଥ ଚାଳକର ଚିକିତ୍ସା କରାଇଥିଲେ ।

Comments are closed, but trackbacks and pingbacks are open.