Latest Odisha News

BREAKING NEWS

ଭାରତୀୟ ଟେଷ୍ଟ କ୍ରିକେଟ୍ ଦଳର ଅଧିନାୟକ ପଦ ତ୍ୟାଗ କଲେ ବିରାଟ କୋହଲି

ଭୁବନେଶ୍ୱର: ବଡ ନିଷ୍ପତ୍ତି ନେଲେ ଭାରତୀୟ କ୍ରିକେଟର୍ ବିରାଟ କୋହଲି । ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ୍ ପରାଜୟ ତାଙ୍କ ଜୀବନରେ ଆଣିଛି ବିରାଟ ପରିବର୍ତ୍ତନ । ଭାରତୀୟ କ୍ରିକେଟ୍ ଟେଷ୍ଟ ଦଳର ଅଧିନାୟକ ପଦକୁ ସେ ତ୍ୟାଗ କରିଛନ୍ତି । ଏ ନଇ ଏକ ଟୁଇଟ୍ ଜରିଆରେ ସେ ଅଗଣିତ କ୍ରିକେଟ ପ୍ରେମୀଙ୍କୁ ଅବଗତ କରାଇଛନ୍ତି ।

ଏହି ଟୁଇଟ୍‌ରେ ସେ ଦୀର୍ଘ ୭ ବର୍ଷର ଅଧିନାୟ ଯାତ୍ରାକୁ ବଖାଣିଛନ୍ତି । ଅଧିନାୟକ ପଦ ପାଇଁ ସେ ବିସିସିଆଇକୁ ଧନ୍ୟବାଦ ଦେବା ସହ ନିଜ ସାଥୀ ଖେଳାଳିଙ୍କ ସମର୍ଥନକୁ ଭରପୁର ତାରିଫ୍ କରିଛନ୍ତି ।

୨୦୧୪ରେ କିଙ୍ଗ୍ କୋହଲି ଭାରତୀୟ ଟେଷ୍ଟ ଦଳର ମଙ୍ଗ ସମ୍ଭାଳିଥିଲେ । ଏହାପରେ ଭାରତୀୟ ଟେଷ୍ଟ କ୍ରିକେଟ୍‌ରେ ଦେଖିବାକୁ ମିଳିଥିଲା ବିରାଟ ପରିବର୍ତ୍ତନ । ବିରାଟଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ନିର୍ଭୀକ ଖେଳ ପ୍ରଦର୍ଶନ କରି ଦେଶ ତଥା ଦେଶ ବାହାରେ ସିରିଜ୍ ବିଜେତା ସାଜିଥିଲା । ଅଧିନାୟକ ଥିବା ଅବସ୍ଥାରେ ବିରାଟଙ୍କ ଅଧିନରେ ଭାରତୀୟ ଦଳ ୪୦ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲା । ସେଥିମଧ୍ୟରୁ ୧୭ଟିରେ ଭାରତ ପରାଜିତ ହୋଇଥିଲାବେଳେ ୧୧ଟି ମ୍ୟାଚ୍‌ରେ ହାସଲ କରିଥିଲା ବିପୁଳ ବିଜୟ ।

 

Comments are closed, but trackbacks and pingbacks are open.