Latest Odisha News

ଲେହ ବିମାନବନ୍ଦରରେ ଫସିଲା ଭାରତୀୟ ବାୟୁସେନାର ବିମାନ

ଲେହ: ଲେହ ବିମାନବନ୍ଦରରେ ଭାରତୀୟ ବାୟୁସେନାର ଏକ ବିମାନ ଫସିଯାଇଛି । ମାଲବାହୀ ବିମାନ ସି ୧୭ ଗ୍ଲୋବମାଷ୍ଟରରେ ତ୍ରୁଟି ଯୋଗୁ ଏହା ରନୱେରେ ଫସି ରହିଥିଲା । ଏଥିପାଇଁ ଅନ୍ୟ ଯାତ୍ରୀ ବିମାନ ଉଡାନକୁ ସାମୟିକ ଭାବେ ବାତିଲ କରାଯାଇଛି । ଲେହକୁ ଇଣ୍ଡିଗୋ, ଏୟାର ଇଣ୍ଡିଆ, ସ୍ପାଇସଜେଟ ଓ ଭିସ୍ତାରା ଭଳି କମ୍ପାନୀର ୧୧ଟି ବିମାନ ଏଠାରୁ ଉଡାଣ ଭରିଥାଏ । ବାୟୁସେନା ପକ୍ଷରୁ ଜାରୀ ରିପୋର୍ଟ ଅନୁସାରେ ସି-୧୭ ଗ୍ଲୋବମାଷ୍ଟରକୁ ମଙ୍ଗଳବାର ନିୟମିତ ଚେକିଂ ପାଇଁ ଅବତରଣ କରିଥିଲା । ମାତ୍ର ଏହା ପରେ ଏଥିରେ ଯାନ୍ତ୍ରିକ ତ୍ରୁଟି ଥିବା ନଜରକୁ ଆସିଥିଲା ।

ଖୁବ ଶୀଘ୍ର ଏହି ତ୍ରୁଟି ଠିକ କରାଯିବ ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି । ବୁଧବାର ବିମାନ ଚଳାଚଳ ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି । ଇତି ମଧ୍ୟରେ ଏୟାର ଇଣ୍ଡିଆର ଗୋଟିଏ ବିମାନ ଶ୍ରୀନଗରରେ ଅବତରଣ କରିଥିବା ବେଳେ ଆଉ ଗୋଟାକୁ ରଦ୍ଦ କରାଯାଇଥିଲା । ସ୍ପାଇସଜେଟ ୩ ଦିନ ଏବଂ ଇଣ୍ଡିଗୋ ସାମୟିକ ଭାବେ ସମସ୍ତ ଉଡାଣ ବାତିଲ କରିଛି ।

Leave A Reply

Your email address will not be published.