Latest Odisha News

BREAKING NEWS

କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ହତ୍ୟା ଧମକ। ଫୋନ୍ କରି ହତ୍ୟା ଧମକ ଦେଇଛନ୍ତି ଦୁର୍ବୃତ୍ତ। ତେବେ କେଉଁଆଡ଼ୁ ଫୋନ୍ ଆସିଥିଲା ତାହାରା ଟ୍ରାସିଂ ଚାଲିଛି ବୋଲି ମଙ୍ଗଳବାର ଦିଲ୍ଲୀ ପୁଲିସ ସୂଚନା ଦେଇଛି।

ପୁଲିସର ସୂଚନା ଅନୁସାରେ, ଏହି ହତ୍ୟା ଧମକ ସୋମବାର ଆସିଥିଲା। ଦିଲ୍ଲୀର ମୋତିଲାଲ ନେହରୁ ରୋଡ୍ ସ୍ଥିତ ନୀତୀନ ଗଡ଼କରୀଙ୍କ ସରକାରୀ ବାସଭବନର ଲ୍ୟାଣ୍ଡଲାଇନ ନମ୍ବରକୁ ଏକ ଫୋନ୍ କଲ୍ ଆସିଥିଲା। କଲ୍ ଗଡ଼କରୀଙ୍କ କର୍ମଚାରୀ ରିସିଭ୍ କରିଥିଲେ। ବ୍ୟକ୍ତି ଜଣଙ୍କ ନିଜର ପରିଚୟ ନ ଦେଇ ସେ ଗଡ଼କରୀଙ୍କ ସହ କଥା ହେବାକୁ ଚାହିଁଥିଲେ।

ବ୍ୟକ୍ତି ଜଣଙ୍କକ ହିନ୍ଦୀରେ କଥା ହେଉଥିବା ବେଳେ ମନ୍ତ୍ରୀଙ୍କୁ ହତ୍ୟା ଧମକ ଦେଇ ଫୋନ୍ କାଟି ଦେଇଥିଲେ। ଏହି ଘଟଣା ପରେ ସଙ୍ଗେ ସଙ୍ଗେ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପୁଲିସକୁ ଖବର ଦିଆଯାଇଥିଲା।

ଖବର ପାଇ ପୁଲିସ ମନ୍ତ୍ରୀଙ୍କକ ଘରେ ପହଞ୍ଚିବା ସହିତ କଲ୍ ଆସିଥିବା ନମ୍ବରକୁ ଟ୍ରାସ୍ କରିବା ଆରମ୍ଭ କରିଦେଇଛି। ମନ୍ତ୍ରୀଙ୍କ ବ୍ୟକ୍ତିଗତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ତାଙ୍କ ବାସଭବନରେ ସୁରକ୍ଷାକର୍ମୀ ମୁତୟନ କରାଯାଇଛି।

ସୂଚନା ଥାଉଖି ଚଳିତ ବର୍ଷ ଜାନୁଆରୀରେ ବି ନୀତୀନ ଗଡ଼କାରୀଙ୍କୁ ହତ୍ୟା ଧମକ ଆସିଥିଲା। ତାଙ୍କର ନାଗପୁର ସ୍ଥିତ ବାସଭବନ ଓ କାର୍ଯ୍ୟାଳୟକୁ ମଧ୍ୟ ଏହି ଭଳି ଜଣେ କଲ୍ କରି ହତ୍ୟା ଧମକ ଦେଇଥିଲେ। ତାପରେ ନାଗପୁର ପୁଲିସ ତଦନ୍ତ କରି କର୍ଣ୍ଣାଟକାର ବେଲାଗାବି ଜେଲ୍‌ରୁ ଜଣଙ୍କୁ ଗିରଫ କରିଥିଲା।

Leave A Reply

Your email address will not be published.