Latest Odisha News

BREAKING NEWS

ଯୁଦ୍ଧ ବେଳେ ଇସ୍ରାଏଲକୁ ଯାଉଥିବା ସମସ୍ତ ବିମାନ ବାତିଲ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଶନିବାର ପାଲେଷ୍ଟାଇନରୁ ହାମସ ଆକ୍ରମଣ ପରେ ଯୁଦ୍ଧ ଘୋଷଣା କରିବା ପରେ ଏୟାର ଇଣ୍ଡିଆ ଇସ୍ରାଏଲକୁ ଯାଉଥିବା ସମସ୍ତ ବିମାନ ଉଡ଼ାଣ ବାତିଲ କରିଛି।

ଆମ ଅତିଥି ଓ କ୍ରୁ ସଦସ୍ୟଙ୍କ ସ୍ୱାର୍ଥ ଓ ସୁରକ୍ଷା ଦୃଷ୍ଟିରୁ ଅକ୍ଟୋବର 7 ତାରିଖରେ ଦିଲ୍ଲୀରୁ ତେଲ ଆବିବ ଅଭିମୁଖେ AI139 ଏବଂ ତେଲ ଆବିବରୁ ଦିଲ୍ଲୀ ଅଭିମୁଖେ ଫେରୁଥିବା AI140 ବିମାନକୁ ବାତିଲ କରାଯାଇଛି। ଯାତ୍ରୀମାନଙ୍କ ଆବଶ୍ୟକତା ଅନୁଯାୟୀ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି ବୋଲି ଏୟାର ଇଣ୍ଡିଆର ମୁଖପାତ୍ର କହିଛନ୍ତି। ଭାରତୀୟ ନାଗରିକମାନେ ସତର୍କ ରହିବା ସହ ସୁରକ୍ଷା ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

ଗାଜାରୁ ହାମସ ପକ୍ଷରୁ ପ୍ରାୟ 5 ହଜାର ରକେଟ୍ ନିକ୍ଷେପ କରାଯିବା ପରେ ପ୍ରାୟ 70 ଜଣ ପ୍ରାଣ ହରାଇଥିବା କୁହାଯାଉଛି। ହାମସ ଆତଙ୍କବାଦୀଙ୍କ ବିରୋଧରେ ସେନା ପକ୍ଷରୁ ‘ଅପରେସନ୍ ଆଇରନ୍ ସ୍କାଡସ’ ଆରମ୍ଭ ହେବା ପରେ ଇସ୍ରାଏଲ୍ ଏହାର କଡ଼ା ଜବାବ ଦେଇଛି।

ଇସ୍ରାଏଲର ପ୍ରତିଶୋଧ ସମୟରେ ପାଲେଷ୍ଟାଇନର ଗାଜାରେ ପ୍ରାୟ 200 ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ 1600ରୁ ଅଧିକ ଆହତ ହୋଇଥିବା ଅଲ୍ ଜଜିରା ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.