Latest Odisha News

ସିଏଚଏସଇ ଅଫିସିଆଲ ଓ୍ବେବସାଇଟରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶ୍ନ ବ୍ୟାଙ୍କ ଅପଲୋଡ୍ କଲା

ଭୁବନେଶ୍ୱର:ଯୁକ୍ତ ଦୁଇଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବାର୍ଷିକ ପରୀକ୍ଷା ପାଇଁ ପ୍ରସ୍ତୁତ କରିଛି ପ୍ରଶ୍ନପତ୍ର ବ୍ୟାଙ୍କ।

ପରୀକ୍ଷା ପୂର୍ବରୁ ସିବିଏସ୍ଇ ଏବଂ ଆଇସିଏସ୍ଇ ଦ୍ୱାରା ଜାରି କରାଯାଇଥିବା ପ୍ରଶ୍ନ ବ୍ୟାଙ୍କକୁ ଦୃଷ୍ଟିରେ ରଖି ସିଏଚଏସ୍ଇ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପ୍ରସ୍ତୁତିରେ ସହାୟତା କରିବା ପାଇଁ ପ୍ରଶ୍ନ ସେଟ ଆଣିଛି। ପରିଷଦ ପକ୍ଷରୁ ପ୍ରଥମ ଥର ପାଇଁ ପ୍ରଶ୍ନ ବ୍ୟାଙ୍କ ପ୍ରସ୍ତୁତ କରାଯାଇଛି।

ସିଏଚଏସଇର ବିଜ୍ଞପ୍ତି ଅନୁଯାୟୀ, ଛାତ୍ରଛାତ୍ରୀମାନେ ସିଏଚଏସଇର ଅଫିସିଆଲ ବେବସାଇଟ୍ chseodisha.nic.inରେ ଏହି ପ୍ରଶ୍ନ ଦେଖିପାରିବେ। ପ୍ରାଥମିକ ପର୍ଯ୍ୟାୟରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଓ ଜୀବ ବିଜ୍ଞାନ ବିଷୟର ପ୍ରଶ୍ନବ୍ୟାଙ୍କକୁ ଓ୍ବେବସାଇଟରେ ଅପଲୋଡ୍ କରାଯାଇଛି। ପ୍ଲସ୍ ଟୁ ପାଠ୍ୟକ୍ରମର ଅନ୍ୟାନ୍ୟ ବିଷୟକୁ ପରିଷଦ ଯଥାସମୟରେ ଅନ୍ତର୍ଭୁକ୍ତ କରିବ।

ପ୍ଲସ୍ ଟୁ କଲେଜର ପ୍ରିନ୍ସିପାଲମାନଙ୍କୁ ମଧ୍ୟ ସିଏଚ୍ଏସ୍ଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ଯେ, ଛାତ୍ରଛାତ୍ରୀଙ୍କୁ ଏହାର ପ୍ରଶ୍ନପତ୍ର ବ୍ୟାଙ୍କ ବିଷୟରେ ଅବଗତ କରାଇବା ସହ ଅନଲାଇନରେ କିଭଳି ଏହାର ଲାଭ ଉଠାଇପାରିବେ ସେ ବାବଦରେ ଅବଗତ କରାଇବେ।

Leave A Reply

Your email address will not be published.