ଭୁବନେଶ୍ୱର: ଜାନୁଆରୀ ମାସଠାରୁ ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ଲାଗି ଆନୁଷଙ୍ଗିକ ଅତ୍ୟାବଶ୍ୟକ ସାମଗ୍ରୀ ଲାଗି ଓଡ଼ିଶା ରାଜ୍ୟ ମେଡ଼ିକାଲ୍ କର୍ପୋରେସନ ଲିଃ (ଓଏସଏମସିଏଲ) ପକ୍ଷରୁ ନିବେଦନ କରାଯାଇଥିଲା ।
ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏୟାର ଇଣ୍ଡିଆ କାର୍ଗୋ ବିମାନରେ ଶନିବାର ଦିନ ୨୦,୦୦୦ ଏନ-୯୫ ମାସ୍କ ସହିତ ୨୦ ଲକ୍ଷ ଟ୍ରିପଲ୍ ଲେୟାର୍ ମାସ୍କ ପହଞ୍ଚିଛି ।
ରାଜ୍ୟ ସରକାରଙ୍କ ତତ୍ୱବଧାନରେ ଏହି ସ୍ୱତନ୍ତ୍ର ବିମାନଟି ରାୟପୁରରୁ ଭାୟା ଦିଲ୍ଲୀ ଦେଇ ଭୁବନେଶ୍ୱରରେ ପହଞ୍ଚିଛି । ଇତିମଧ୍ୟରେ ଓଏସଏମସିଏଲର ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟୋର୍ ଠାରେ କନସାଇନମେଣ୍ଟ୍ ପତ୍ର ମଧ୍ୟ ପହଞ୍ଚିଥିବା ସୂଚନା ମିଳିଛି ।
Comments are closed.