Latest Odisha News

BREAKING NEWS

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା ଏୟାର ଇଣ୍ଡିଆ ବିମାନ, ଅଳ୍ପକେ ବର୍ତ୍ତିଲେ ୬୪ ଯାତ୍ରୀ

ବିଜୟୱାଡା: ଗୋଟିଏ ବଡ଼ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ଏୟାର ଇଣ୍ଡିଆର ଏକ୍ସପ୍ରେସ ବିମାନ । ପ୍ରଥମେ ବିମାନଟିର ଯୋଗାଯୋଗ କଣ୍ଟ୍ରୋଲ ରୁମ୍‌ ସହ ବିଚ୍ଛିନ୍ନ ହୋଇଥିଲା । ଏହାପରେ ରନ୍‌ୱେରେ ଲ୍ୟାଣ୍ଡିଂ କରିବା ବେଳେ ବିମାନ ଗୋଟିଏ ବିଦ୍ୟୁତ ଖୁଣ୍ଟ ସହ ପିଟି ହୋଇଯାଇଥିଲା ।

ଏହି ଘଟଣା ବେଳେ ବିମାନରେ ମୋଟ ୬୪ ଜଣ ଯାତ୍ରୀ ଥିଲେ । ଆନ୍ଧ୍ରପ୍ରଦେଶର ଗାନ୍ନାଭରମ ସ୍ଥିତ ବିଜୟୱାଡା ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ ଅପରାହ୍ନ ୪.୫୦ରେ ଏହି ଘଟଣା ଘଟିଛି । ବିମାନରେ ଥିବା ୬୪ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟ ସଂପୂର୍ଣ୍ଣ ସୁରକ୍ଷିତ ରହିଛନ୍ତି ।

Comments are closed.