Latest Odisha News

BREAKING NEWS

୨୦୨୦ରେ ଏୟାରଟେଲ, ୱି ଓଡ଼ିଶାରେ ୯ ଲକ୍ଷ ଗ୍ରାହକ ହରାଇଛନ୍ତି, ଜିଓ ଯୋଡିଛି ୧୯ଲକ୍ଷ: ଟ୍ରାଇ

ଭୁବନେଶ୍ୱର: ରିଲାଏନ୍ସ ଜିଓ ୨୦୨୦ ବର୍ଷରେ ଓଡ଼ିଶାରେ ୧୨ ମାସ ମଧ୍ୟରେ ୧୯ ଲକ୍ଷରୁ ଅଧିକ ମୋବାଇଲ ଗ୍ରାହକ ଯୋଗକରିଥିବା ବେଳେ ଏହି ସମୟରେ ଉଭୟ ଭାରତୀ ଏୟାରଟେଲ ଏବଂ ୱି (ଭୋଡାଫୋନ ଆଇଡିଆ) ପ୍ରତ୍ୟେକ ୯ଲକ୍ଷରୁ ଅଧିକ ଗ୍ରାହକ ହରାଇଥିବା ଭାରତର ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ କୁହାଯାଇଛି ।

ରିଲାଏନ୍ସ ଜିଓ ସମ୍ପ୍ରତି ଓଡ଼ିଶାରେ ସର୍ବାଧିକ ୧.୩୭ କୋଟି ମୋବାଇଲ ଗ୍ରାହକ ସହିତ ବଜାରରେ ଅଗ୍ରଣୀ ସ୍ଥାନରେ ଥିବାବେଳେ ଭାରତୀ ଏୟାରଟେଲର ୧.୦୮ କୋଟି ଗ୍ରାହକ, ବିଏସଏନଏଲ ୬୪.୧୪ ଲକ୍ଷ ଗ୍ରାହକ ଏବଂ ଭୋଡାଫୋନ ଆଇଡିଆର ରାଜ୍ୟରେ ୨୫.୩୬ ଲକ୍ଷ ଗ୍ରାହକ ରହିଛନ୍ତି ।

ଡିସେମ୍ବରରେ ରାଜ୍ୟରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟାରେ ୧.୬ ଲକ୍ଷ ବୃଦ୍ଧିଘଟିବା ସହିତ ତାହା ୩.୩୫ କୋଟି ଅତିକ୍ରମ କରିଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ଗ୍ରାହକ ତଥ୍ୟରୁ ଜଣାପଡିଛି ।

ଉଲ୍ଲେଖଯୋଗ୍ୟ, ରିଲାଏନ୍ସ ଜିଓ ତାହାର ହାଇସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବର୍ ଓଡ଼ିଶାର ବିଭିନ୍ନ ସହର ଓ ନଗରାଂଚଳରେ ଦ୍ରୁତ ସମ୍ପ୍ରସାରଣ ଜାରି ରଖଛି ଏବଂ ରାଜ୍ୟର ୨୫ଟି ପ୍ରମୁଖ ସହର ଓ ନଗରର ମୁଖ୍ୟ ମୁଖ୍ୟ ସ୍ଥାନରେ ଉପଲବ୍ଧ ହେଉଛି ।

Leave A Reply

Your email address will not be published.