Latest Odisha News

BREAKING NEWS

ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ, କାନାଡାରେ ଅବତରଣ

ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ଚିକାଗୋ ଅଭିମୁଖେ ଯାଉଥିବା ଏକ ଏୟାର ଇଣ୍ଡିଆର ବିମାନରେ ବୋମା ବିସ୍ଫୋରଣ ଗୁଜବ ପରେ ବିମାନକୁ କାନାଡାରେ ଲ୍ୟାଣ୍ଡିଂ କରିଥିଲା।

ବିମାନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅକ୍ଟୋବର ୧୫, ୨୦୨୪ ରେ ଦିଲ୍ଲୀରୁ ଚିକାଗୋ ଅଭିମୁଖେ ଯାଉଥିବା ବିମାନ AI-127କୁ କାନାଡାର ଇକାଲୁଇଟ୍ ବିମାନବନ୍ଦରରେ ଅବତରଣ କରାଯାଇଛି।

ନିର୍ଦ୍ଦିଷ୍ଟ ସୁରକ୍ଷା ପ୍ରୋଟୋକଲ ଅନୁଯାୟୀ ବିମାନ ଏବଂ ଯାତ୍ରୀମାନଙ୍କୁ ପୁନଃ ସ୍କ୍ରିନିଂ କରାଯାଇଥିଲା। ବିମାନ ଚଳାଚଳ ଆରମ୍ଭ ହେବା ପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ସହାୟତା କରିବା ପାଇଁ ଏୟାର ଇଣ୍ଡିଆ ଏଜେନ୍ସିଗୁଡ଼ିକୁ ସକ୍ରିୟ କରିଛି। ବିମାନରେ ବୋମା ଥିବା ନେଇ ଧମକ ମିଳିବା ପରେ ଯାଞ୍ଚ କରାଯାଇଥିଲା।

Comments are closed.