Latest Odisha News

BREAKING NEWS

ଭୁବନେଶ୍ୱର-ସୁରଟ୍ ଲାଗି ଏୟାର ଇଣ୍ଡିଆର ଟିକେଟ୍ ବୁକିଂ ଆରମ୍ଭ, ଜାଣନ୍ତୁ କେତେ ରହିଛି ଦାମ୍

ଭୁବନେଶ୍ୱର: ଭୁବନେଶ୍ୱରରୁ ସୁରଟ୍ ଲାଗି ଏୟାର ଇଣ୍ଡିଆ ବିମାନ ପକ୍ଷରୁ ଜାନୁଆରୀ ୨୦ ତାରିଖ ଲାଗି ଟିକେଟ୍ ବୁକିଂ ଆରମ୍ଭ ହୋଇଯାଇଛି ।

ଏହାର ଅଫିସିଆଲ୍ ୱେବସାଇଟ୍ (ଏୟାରଇଣ୍ଡିଆ.ଇନ୍)ରେ ସବୁଠାରୁ କମ୍ ଦାମ୍ ୪୫୦୩ ଟଙ୍କା ରହିଥିବା ବେଳେ ସେପଟୁ ଆସିବା ବେଳେ ସବୁଠୁ କମ୍ ଦାମ୍ ୪୨୧୩ ଟଙ୍କା ରହିଛି ।

ଏହି ଉଡାଣ ଭୁବନେଶ୍ୱରରୁ ସୋମବାର ଓ ଗୁରୁବାର ହେବାକୁ ଥିବା ବେଳେ ସୁରଟ ପଟୁ ଉଡାଣ ଲାଗି ଶୁକ୍ରବାର ଓ ରବିବାର ଦିନ ଧାର୍ଯ୍ୟ କରାଯାଇଛି ।

ଏହା ଭୁବନେଶ୍ୱର ବିମାନ ବନ୍ଦରରୁ ସକାଳ ୮ଟା ୪୦ମି. ଓ ସୁରଟରୁ ସକାଳ ୮ଟା ୩୦ମି.ରେ ଉଡାଣ ଭରିବ ବୋଲି ସୂଚନା ମିଳିଛି ।

ଭୁବନେଶ୍ୱରରୁ ବାଙ୍ଗାଲୁରୁ ନୂଆ ବିମାନ ସେବା-

ସେହିପରି ଏୟାର ଇଣ୍ଡିଆ ପକ୍ଷରୁ ସପ୍ତାହରେ ୨ ଦିନ ଭୁବନେଶ୍ୱରରୁ ବାଙ୍ଗାଲୁରୁ ମଧ୍ୟରେ ବିମାନ ସେବା ଲାଗି ବୁକିଂ ଆରମ୍ଭ ହୋଇଛି ।

ଏହି ଉଡାଣ ଭୁବନେଶ୍ୱରରୁ ଶୁକ୍ରବାର ଓ ରବିବାର ହେବାକୁ ଥିବା ବେଳେ ବାଙ୍ଗାଲୁରୁ ପଟୁ ଉଡାଣ ଲାଗି ସୋମବାର ଓ ଗୁରୁବାର ଦିନ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ସବୁଠୁ କମ୍ ଟିକେଟ୍ ଦାମ ୪୫୦୩ ରହିଛି ।

ଏହା ଭୁବନେଶ୍ୱର ବିମାନ ବନ୍ଦରରୁ ୧ଟା ୧୦ମି. ଓ ବାଙ୍ଗାଲୁରୁରୁ ୬ଟା ୧୦ମି.ରେ ଉଡାଣ ଭରିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.