Latest Odisha News

BREAKING NEWS

ଡୋପ ଟେଷ୍ଟରେ ବିଫଳ ହେଲେ ସୀମା !

ବିଶାଖାପାଟଣା: ଭାରତୀୟ ମହିଳା ଭାରୋତ୍ତଳନକାରୀ ସୀମା ଡୋପ ଟେଷ୍ଟରେ ବିଫଳ ହୋଇ ଭାରତ ପାଇଁ କଳଙ୍କ ଆଣିଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡା ୨୦୧୭ ରୌପ୍ୟ ପଦକ ବିଜେତାଙ୍କ ଶରୀରରୁ ନିଷିଦ୍ଧ ଡ୍ରଗ୍ସର ମାତ୍ରା ମିଳିଥିଲା ।

ନ୍ୟାଶନାଲ ଆଟିଂ ଡୋପିଂ ଏଜେନ୍ସି (ନାଡା) ତାଙ୍କ ଉପରେ ୪ ବର୍ଷର ପ୍ରତିବନ୍ଧ ଦଣ୍ଡାଦେଶ ଲାଗୁ କରିଛି । ବିଶାଖପଟନମରେ ଅନୁଷ୍ଠିତ ୩୪ତମ ଜାତୀୟ ଭାରୋତୋଳନ ଚାମ୍ପିୟନଶିପ ଅବସରରେ ତାଙ୍କଠାରୁ ଡୋପ ସାମ୍ପୁଲ ସଂଗ୍ରହ କରାଯାଇଥିଲା ।

ସୀମାଙ୍କ ଶରୀରରୁ ଆଥଲେଟଙ୍କ ପାଇଁ ପ୍ରତିବନ୍ଧିତ ୩ ପ୍ରକାରର ଡ୍ରଗ୍ସର ମାତ୍ରା ମିଳିଥିଲା । ସୀମାଙ୍କ ପ୍ରଦର୍ଶନ ଏବେ ସେତେଟା ଆକର୍ଷଣୀୟ ନ ଥିବାରୁ ସେ ଜାଣିଶୁଣି ଏହି ଡ୍ରଗ୍ସ ସେବନ କରିଥିବା ଅନୁମାନ କରାଯାଉଛି ।ସେହିପରି ଏହା ପୂର୍ବରୁ ପୂର୍ବ ଅଲିମ୍ପିଆନ୍ ସୁମିତ ସାଙ୍ଗୱାନ ମଧ୍ୟ ଏହି କାରଣ ଯୋଗୁ ଏକ ବର୍ଷ ପାଇଁ ବାସନ୍ଦ ହୋଇଛନ୍ତି ।

Leave A Reply

Your email address will not be published.