Latest Odisha News

ଏୟାର ଇଣ୍ଡିଆରେ ଖୁବଶୀଘ୍ର ମିଳିବ ୱାଇ-ଫାଇ ସୁବିଧା

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ଯାତ୍ରୀଙ୍କୁ ଖୁବଶୀଘ୍ର ମିଳିବ ୱାଇ-ଫାଇ ସୁବିଧା। ଦିଲ୍ଲୀ-ଲଣ୍ଡନ ହେଥ୍ରୋ ରୁଟରେ A350 ବିମାନରୁ ଶୁଭାରମ୍ଭ ହେବ ୱାଇ-ଫାଇ ସୁବିଧା।

A350 ବିମାନରେ ବ୍ୟବସାୟ ଶ୍ରେଣୀରେ ଫୁଲ୍ ଫ୍ଲାଟ ବେଡ୍ ସହ ୨୮ ପ୍ରାଇଭେଟ୍ ସୁଇଟ୍, ପ୍ରିମିୟମ୍ ଇକୋନୋମିରେ ୨୪ ସିଟ୍ ଏବଂ ୨୬୪ ଇକୋନୋମି ସିଟ୍ ରହିଛି। ଯାତ୍ରୀମାନଙ୍କୁ ଅଧିକ ଆରାମଦାୟକ ଏବଂ ବିଳାସପୂର୍ଣ୍ଣ ଯାତ୍ରାର ଅଭିଜ୍ଞତା ପ୍ରଦାନ କରିବାକୁ ଏହି ଅପଗ୍ରେଡ୍ ର ଉଦ୍ଦେଶ୍ଯ। ଏଥିସହ ଏୟାର ଇଣ୍ଡିଆ ଦିଲ୍ଲୀ ଏବଂ ଲଣ୍ଡନ ହେଥ୍ରୋ ମଧ୍ୟରେ ଅଧିକାଂଶ ସାପ୍ତାହିକ ବିମାନରେ ବୋଇଙ୍ଗ 777-300ER ଏବଂ ବୋଇଙ୍ଗ 787-8 ଡ୍ରିମଲାଇନରକୁ A350-900 ସହିତ ବଦଳାଇବାକୁ ଯୋଜନା କରାଯାଉଛି ।

ବିମାନରେ ୱାଇ-ଫାଇ ସୁବିଧା ଉପଲବ୍ଧ ହେବା ଯୋଗୁ ଯାତ୍ରୀମାନଙ୍କ ପାଇଁ ଯାତ୍ରା ଆହୁରି ସୁବିଧା ହେବ। ଏୟାରଲାଇନ ଅନୁଯାୟୀ, ଦିଲ୍ଲୀ-ଲଣ୍ଡନ ହେଥ୍ରୋ ମାର୍ଗରେ A350 ରୁ ଏହି ୱାଇ-ଫାଇ ସୁବିଧା ଶୀଘ୍ର ଆରମ୍ଭ ହେବ। ତେବେ ଏହା ପୂର୍ବରୁ ଏୟାର ଇଣ୍ଡିଆ ଏହାର ବିମାନ ଲିଷ୍ଟରେ A350 ବିମାନ ସାମିଲ କରିବା ଆରମ୍ଭ କରିଥିଲା।

Comments are closed.