Latest Odisha News

BREAKING NEWS

ଦିଲ୍ଲୀରେ ଥମୁନି ପ୍ରଦୂଷଣ, ଆଜିଠୁ ଗଡ଼ିଲା ସିଏନଜି ଓ ଇଲେକ୍ଟ୍ରିକ୍ ଯାନ

ନୂଆଦିଲ୍ଲୀ : ଦିଲ୍ଲୀରେ ଥମୁନି ପ୍ରଦୂଷଣ । ଆଜିଠାରୁ ଲାଗୁ ହୋଇଛି କଡ଼ା ନିୟମ । ଦିଲ୍ଲୀ ଭିତରେ ପ୍ରବେଶ କରିବା ଲାଗି କେବଳ ସିଏନଜି ଓ ଇଲେକ୍ଟ୍ରିକ ଯାନକୁ ମିଳିଛି ଅନୁମତି । ପେଟ୍ରୋଲ ଓ ଡିଜେଲ ଚାଳିତ ଗାଡିର ପ୍ରବେଶ ଉପରେ କଟକଣା ଲାଗୁ ହୋଇଛି । ଏହି ନିୟମ ଆସନ୍ତା ଡିସେମ୍ବର ୩ ତାରିଖ ଯାଏ ବଳବତ୍ତର ରହିବ । ପ୍ରଦୂଷଣ ମୁକାବିଲା ଲାଗି ଗତ ୨୪ ତାରିଖ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିଲା ।

ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଥିଲେ ଯେ, ପ୍ରଦୂଷଣ ରୋକିବାକୁ ସରକାର ଏହି ପଦକ୍ଷେପ ନେଇଛନ୍ତି । ନିଷ୍ପତ୍ତି ଅନୁସାରେ କେବଳ ଜରୁରୀକାଳୀନ ସାମଗ୍ରୀ ପରିବହନ କାର୍ଯ୍ୟରେ ନିୟୋଜିତ ଗାଡିକୁ ଛାଡିଦେଲେ ଅନ୍ୟ ସମସ୍ତ ପେଟ୍ରୋଲ ଓ ଡିଜେଲ ଚାଳିତ ଯାନର ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି । ଦୀପାବଳି ପରେ ଦିଲ୍ଲୀର ବାୟୁ ଗୁଣବତ୍ତା ସାଧାରଣ ସ୍ତରକୁ ଆସିବ ବୋଲି ଆଶା କରାଯାଉଥିଲା । ମାତ୍ର ଦୁଇ ସପ୍ତାହ ପରେ ବି ଏକ୍ୟୁଆଇ ସୁଧୁରୁନାହିଁ । ଦିଲ୍ଲୀର ଏକ୍ୟୁଆଇ ୩୬୮ରେ ହିଁ ରହିଛି । ପ୍ରଦୂଷଣ ନିୟନ୍ତ୍ରଣ ଲାଗି ଗତ ୧୮ ତାରିଖରେ ବାହାର ରାଜ୍ୟର ଟ୍ରକ ଦିଲ୍ଲୀ ଭିତରେ ପ୍ରବେଶ କରିବା ନେଇ ସରକାର କଟକଣା ଜାରି କରିଥିଲେ । ପ୍ରଦୂଷଣ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଦିଲ୍ଲୀ ଏନସିଆରରେ ସମସ୍ତ ନିର୍ମାଣ କାର୍ଯ୍ୟକୁ ନିଷିଦ୍ଧ କରିଥିଲେ ।

Leave A Reply

Your email address will not be published.