Latest Odisha News

BREAKING NEWS

ଚର୍ଚ୍ଚାରେ ଆଇନଜୀବୀ ଦମ୍ପତ୍ତିଙ୍କ ନିଆରା ବିବାହ ନିମନ୍ତ୍ରଣ ପତ୍ର

ଭୁବନେଶ୍ୱର: କଥାରେ ଅଛି ବିବାହ ହେଉଛି ଦୁଇଟି ଆତ୍ମାର ମିଳନ । ଏହି ଦିନଟିକୁ ସ୍ମରଣୀୟ କରିବା ଲାଗି ଅନେକ ଲୋକ ଅଦ୍ଭୁତ ତଥା ଅନନ୍ୟ ଚିନ୍ତାଧାରା ଆପଣାଇଥାନ୍ତି । କେହିକେହି ପ୍ରି-ୱେଡିଂ ଫଟୋ ସୁଟ୍ କରିବାକୁ ପସନ୍ଦ କରିଥାନ୍ତି । ତ ଅନ୍ୟ କେହି ଆକାଶରେ କିମ୍ବା ପାଣିରେ ରହି ବିବାହ କରିଥାନ୍ତି । ହେଲେ ଆସମାର ଏକ ଆଇନଜୀବୀ ଦମ୍ପତ୍ତି କିନ୍ତୁ ନିଜ ନିମନ୍ତ୍ରଣ ପତ୍ରକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ।

ଓକିଲ ଅଜୟ ଶର୍ମା ଓ ପୂଜା ଶର୍ମା ନିଜ ନିମନତ୍ରଣ ପତ୍ରରେ ଇନଭିଟେସନ୍ ବଦଳରେ ନୋଟିସ୍ ଅଫ୍ ୱେଡିଂ ରିସେସ୍ପନ୍ ଲେଖିଛନ୍ତି । ନିମନ୍ତ୍ରଣ ପତ୍ରକୁ ଲିଗାଲ୍ ନୋଟିସ୍ ହିସାବରେ ପ୍ରସ୍ତୁତ କରି ନିଜ ସାଙ୍ଗ, ସାଥୀ କର୍ମଚାରୀ ତଥା ବନ୍ଧୁବାନ୍ଧବଙ୍କୁ ପ୍ରେରଣ କରିଛନ୍ତି । ସୋସିଆଲ ମିଡିଆରେ ଏହି ନିମନ୍ତ୍ରଣ ପତ୍ର ଖୁବ ଭାଇରାଲ୍ ହୋଇଥିଲାବେଳେ ଆଇନଜୀବୀ ଦମ୍ପତ୍ତିଙ୍କ କ୍ରିଏଟିଭିଟିକୁ ସମସ୍ତେ ତାରିଫ କରିଛନ୍ତି ।

Leave A Reply

Your email address will not be published.