Latest Odisha News

BREAKING NEWS

ପ୍ରତିବର୍ଷ ପ୍ରାୟ ୭ ନିୟୁତ ଲୋକଙ୍କ ଜୀବନ ନେଉଛି ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ସହିତ ବାୟୁ ପ୍ରଦୂଷଣକୁ “ମାନବ ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ବଡ ପରିବେଶ ବିପଦ”। ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି। ହୁ କହିଛି ଯେ ଏହା ପ୍ରତିବର୍ଷ ପ୍ରାୟ ୭ ନିୟୁତ ଲୋକଙ୍କୁ ମୃତ୍ୟୁମୁଖରେ ପକାଉଛି।

ଜଳବାୟୁ ପରିବର୍ତ୍ତନ ସହିତ ବାୟୁ ପ୍ରଦୂଷଣ ମାନବ ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ବଡ ପରିବେଶ ବିପଦ। ବାୟୁ ଗୁଣବତ୍ତାର ଉନ୍ନତି ଜଳବାୟୁ ପରିବର୍ତ୍ତନ ହ୍ରାସ ପ୍ରୟାସକୁ ବଢାଇପାରେ ବୋଲି ଜାତିସଂଘର ଶୀର୍ଷ ସ୍ୱାସ୍ଥ୍ୟ ଏଜେନ୍ସି କହିଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆହୁରି ମଧ୍ୟ କହିଛି, “ପ୍ରତିବର୍ଷ ବାୟୁ ପ୍ରଦୂଷଣର ସଂସ୍ପର୍ଶରେ ଆସି ୭ ନିୟୁତ ଲୋକଙ୍କ ଅକାଳ ମୃତ୍ୟୁ ଘଟୁଛି ଏବଂ ଲକ୍ଷ ଲକ୍ଷ ସୁସ୍ଥ ଜୀବନ ନଷ୍ଟ ହୋଇଯାଉଛି। ପିଲାମାନଙ୍କଠାରେ ଏହା ଫୁସଫୁସ ଜନିତ ସମସ୍ୟା ବୃଦ୍ଧି କରିବା ସହିତ ଶ୍ବାସକ୍ରିୟା ସଂକ୍ରମଣ ଏବଂ ଆଜ୍‌ମା ଭଳି ସମସ୍ୟା ମଧ୍ୟ ବୃଦ୍ଧି କରୁଛି।

Comments are closed.