Latest Odisha News

ଇସ୍ତଫା ଦେଲେ ମାଲକାନଗିରି ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି

ମାଲକାନଗିରି: ଆଗକୁ ଆସୁଛି ପଂଚାୟତ ନିର୍ବାଚନ । ତା ପୂର୍ବରୁ ମାଲକାନଗିରି ଜିଲ୍ଲାରେ ଦେଖାଦେଇଛି ରାଜନୈତିକ ଅସନ୍ତୁଷ୍ଟତା । ଆଜି କଂଗ୍ରେସ ଦଳରୁ ଇସ୍ତଫା ଦେଲେ ମାଲକାନଗିରି କାର୍ଯ୍ୟକାରିଣୀ ସଦସ୍ୟ ରାମ ପ୍ରସାଦ ପଟ୍ଟନାୟକ ।

ମିଳିଥିବା ସୂଚନା ଅନୁଯାୟୀ ରାମ ପ୍ରସାଦ ପଟ୍ଟନାୟକ ଆଜି ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କୁ ନିଜର ଇସ୍ତଫା ପତ୍ର ପ୍ରେରଣ କରିଛନ୍ତି । ତେବେ ଦଳରୁ ଇସ୍ତଫା ଦେବା ନେଇ ସେ ବ୍ୟକ୍ତିଗତ କାରଣ ଦର୍ଶାଇଥିବା ଜଣାପଡିଛି । ଅନ୍ୟପଟେ ଜିଲ୍ଲାରେ ଦୀର୍ଘ ଦିନ ଧରି ଜଣେ ଟାଣୁଆ ନେତା ଭାବେ ପରିଚୟ ହାସଲ କରିଥିବା ରାମ ପ୍ରସାଦ ପଟ୍ଟନାୟକଙ୍କ ଇସ୍ତଫା ଘଟଣା ଅନେକଙ୍କୁ ଚକିତ କରିଛି ।

ଇସ୍ତଫା ଦେବା ପରେ ଶ୍ରୀ ପଟ୍ଟନାୟକ ଅନ୍ୟ କୌଣସି ରାଜନୈତିକ ଦଳରେ ଯୋଗଦେବେ ନାହିଁ ବୋଲି ସିଧାସଳଖ ପ୍ରକାଶ କରିଛନ୍ତି । ଅନ୍ୟପଟେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ମଧ୍ୟ ଖୁବଶୀଘ୍ର କଗ୍ରେସ ଛାଡି ବିଜେଡି ଶିବିରରେ ଯୋଗଦେବା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.