Latest Odisha News

BREAKING NEWS

ଜୁଆ ଆଡ୍ଡା ଉପରେ ରେଡ୍, ୧୪ ଜଣ ଗିରଫ

ସମ୍ବଲପୁର: ଜୁଆ ଆଡ୍ଡା ଉପରେ ପଞ୍ଝା ମାରିଲା ପୋଲିସ । ସମ୍ୱଲପୁର ସହରର ବିଭିନ୍ନ ସ୍ଥାନରେ ଜୁଆ ଆଡ୍ଡା ଉପରେ ଚଢଉ କରି ମୋଟ ୧୪ ଜଣଙ୍କୁ ଗିରଫ କରାଯାଇଛି । ସହରରେ ଜୁଆ ଖେଳ ଚାଲିଥିବା ନେଇ ପୋଲିସକୁ ଖବର ମିଳିଥିଲା । ଏହାପରେ ସ୍ୱତନ୍ତ୍ର ପୋଲିସ ଟିମ୍ ଆରମ୍ଭ କରିଥିଲା ରେଡ୍ ।

ପୋଲିସ ୧୪ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ବହୁ ପରିମାଣର ନଗଦ ଟଙ୍କା, ଏକାଧିକ ମୋବାଇଲ ଫୋନ, କାଲକୁଲେଟର ଆଦି ଜବତ କରାଯାଇଛି । ତେବେ ଜୁଆଖେଳର ମାଷ୍ଟରମାଇଣ୍ଡ ଫେରାର ହୋଇଯାଇଛି । ତାକୁ ଧରିବାକୁ ତନାଘନା ତଦନ୍ତ ଚଳାଇଛି ପୋଲିସ । ସମ୍ବଲପୁର ଟାଉନ ଥାନା, ଧନୁପାଲି ଥାନା ଏବଂ ଅଇଁଠାପାଲି ଥାନାରେ ମୋଟ ୭ଟି ମାମଲା ରୁଜ୍ଜୁ କରାଯାଇଛି ।

Leave A Reply

Your email address will not be published.