Latest Odisha News

BREAKING NEWS

ବାୟୁ ପ୍ରଦୂଷଣ ପିଲାଙ୍କ ପାଇଁ ବେଶି କ୍ଷତିକାରକ; ‘ହୁ’

ନୂଆଦିଲ୍ଲୀ: ଦେଶର ଅନେକ ସହର ବର୍ତ୍ତମାନ ପ୍ରଦୂଷଣ ସ୍ତର ବଢିବାରେ ଲାଗିଛି। ବାୟୁ ପ୍ରଦୂଷଣ ସାଧାରଣତଃ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥିବାବେଳେ ଏହା ଶିଶୁମାନଙ୍କ ପାଇଁ ବିଶେଷ ଭାବେ କ୍ଷତିକାରକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ୟୁନିସେଫ କହିଛି। ଦୁଇ ସଂଗଠନ ଅନୁଯାୟୀ, ପ୍ରଦୂଷଣ ପିଲାମାନଙ୍କ କ୍ଷେତ୍ରରେ ଅଧିକ କ୍ଷତି ପହଞ୍ଚାଇଥାଏ। କାରଣ ସେମାନଙ୍କର ଶରୀର ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବିକାଶ ହୋଇପାରି ନାହିଁ।

ହୁ ଅନୁଯାୟୀ, ଯେଉଁ ଅଞ୍ଚଳରେ ବାୟୁ ପ୍ରଦୂଷଣ ଅତ୍ୟଧିକ ଭୟଙ୍କର, ସେହି ଅଞ୍ଚଳରେ ରହୁଥିବା ଶିଶୁର ଫୁସଫୁସ, ବୟସ୍କ ହେବା ବେଳକୁ ସଠିକ୍ ଭାବରେ କାର୍ଯ୍ୟ କରିପାରେ ନାହିଁ। ଦୁର୍ବଳ ଫୁସଫୁସ ଯୋଗୁଁ, ଏପରି ପିଲାମାନେ, ଯେତେବେଳେ ବଡ଼ ହୁଅନ୍ତି, ଶ୍ୱାସରୋଗ ଜନିତ ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ଥାଏ। ‘ହୁ’ ର ୨୦୧୮ ରିପୋର୍ଟରେ କୁହାଯାଇଛି ଯେ ପ୍ରାୟ ୯୩ ପ୍ରତିଶତ ପିଲା, ଯେଉଁମାନେ ୧୫ ବର୍ଷରୁ କମ୍, ସେମାନେ ବିଷାକ୍ତ ବାୟୁକୁ ନିଶ୍ୱାସ ପ୍ରଶ୍ବାସ ଭାବେ ନିଅନ୍ତି।

Comments are closed.