Latest Odisha News

ପଞ୍ଚାୟତ ନିର୍ବାଚନ ପାଇଁ ଡିସେମ୍ବର ୧୪ରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ୱାର୍ଡ ୱାଇଜ ଭୋଟର ତାଲିକା ପ୍ରସ୍ତୁତ କରିବା ପକ୍ରିୟା ଆରମ୍ଭ ହୋଇଛି । ନଭେମ୍ବର ୧୪ରେ ଚୁଡାନ୍ତ ଭୋଟର ତାଲିକା ପ୍ରସ୍ତୁତ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢୀ ।୨୦୨୧ ନଭେମ୍ବର ୧ ତାରିଖ ସୁଧା ୧୮ ବର୍ଷ ହୋଇଥିଲେ ତାଲିକାରେ ସାମିଲ ହେବାକୁ ଆବେଦନ କରିପାରିବେ। ବାଲେଶ୍ୱର ଜିଲ୍ଲା ଛଡା ଅନ୍ୟ ୨୯ ଟି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ କରାଯିବ ବୋଲି ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି।

୧୬ ନଭେମ୍ବରରେ ସମସ୍ତ ପଞ୍ଚାୟତରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ ପାଇବ। କୌଣସି ଦାବି କିମ୍ବା ଆପତ୍ତି ଓ ଅଭିଯୋଗ ଥିଲେ, ୨୩ ତାରିଖ ସୁଦ୍ଧା ଇଲେକଟ୍ରୋରାଲ ରେଜିଷ୍ଟ୍ରଆର ଅଫିସର ନିକଟରେ ଦାଖଲ କରଯାଇ ପାରିବ।୨୪ରୁ ୨୬ ନଭେମ୍ବର ମଧ୍ୟରେ ସମ୍ପୃକ୍ତ ଅଧିକାରୀ ଏହାର ଯାଞ୍ଚ କରିବେ । ଚିଠା ଭୋଟର ତାଲିକାକୁ ନେଇ ଯେଉଁମାନଙ୍କର ଅସନ୍ତୋଷ ଥିବ ସେମାନେ ୨୯ରୁ ୩୦ ନଭେମ୍ବର ମଧ୍ୟରେ ବିଡ଼ିଓଙ୍କ ପାଖରେ ଆବେଦନ କରିପାରିବେ ।

ଡିସେମ୍ବର ୧ରୁ ୨ ତାରିଖ ଭିତରେ ବିଡିଓ ଏହି ଅଭିଯୋଗର ଫଇସଲା କରିବେ ।  ତାପରେ ଚୂଡାନ୍ତ ଭୋଟର ତାଲିକା କମିସନଙ୍କ ନିକଟରେ ଦାଖଲ ହେବ। ଡିସେମ୍ବର ୧୪ ତାରିଖ ସୁଦ୍ଧା ଚୂଡ଼ାନ୍ତ ଭୋଟର ତାଲିକା ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟକୁ ଆସିବବୋଲି ରାଜ୍ୟ ନିର୍ଚାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ।

 

Leave A Reply

Your email address will not be published.