Latest Odisha News

BREAKING NEWS

ଫିଫା ବିଶ୍ୱକପ: ବ୍ରାଜିଲ, କ୍ରୋଏସିଆ କ୍ୱାର୍ଟରରେ

ଦୋହା: ୫ଥର ଚାମ୍ପିୟନ ବ୍ରାଜିଲ ଚମତ୍କାର ପ୍ରଦର୍ଶନ କରି ଚଳିତ ଫିଫା ବିଶ୍ୱକପ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ବ୍ରାଜିଲ ୪-୧ ଗୋଲରେ ଦକ୍ଷିଣ କୋରିଆକୁ ସହଜରେ ପରାସ୍ତ କରିଥିଲା । ଭିନିସିୟସ ଜୁନିୟରମ(୭ମ), ନେମାର (୧୩ତମ), ରିଚାର୍ଲିସନ (୨୯ତମ) ଓ ଲୁକାସ ପାକ୍ୱେଟା ୩୬ତମ ମିନିଟରେ ଗୋଲ ସ୍କୋର କରିଥିଲେ । ପାଇକ ସିଙ୍ଗ ହୋ ଦକ୍ଷିଣ କୋରିଆ ପକ୍ଷରୁ ଏକମାତ୍ର ଗୋଲଟି ଦେଇଥିଲେ । ଅପରପକ୍ଷରେ କ୍ରୋଏସିଆ ଓ ଜାପାନ ମ୍ୟାଚ ସଂଘର୍ଷପୂର୍ଣ୍ଣ ହୋଇଥିଲା । ନିର୍ଦ୍ଧାରିତ ସମୟରେ ଫଳାଫଳ ବାହାରି ନ ପାରିବାରୁ ଶେଷରେ ପେନାଲ୍ଟି କର୍ଣ୍ଣରରର ସହାୟତା ନିଆଯାଇଥିଲା । ଏଥିରେ କ୍ରୋଏସିଆ ୩-୧ରେ ଜାପାନକୁ ପରାସ୍ତ କରିଥିଲା ।

ବ୍ରାଜିଲ ଓ କ୍ରୋଏସିଆ କ୍ୱାର୍ଟର ଫାଇନାଲରେ ପରସ୍ପରକୁ ଭେଟିବେ । ଏହି ମ୍ୟାଚ ଚଳିତ ମାସ ୯ରେ ଖେଳାଯିବ । ଏଥିସହ ବିଶ୍ୱକପର ଚଳିତ ସଂସ୍କରଣରେ ଏସୀୟ ଟିମର ଅଭିଯାନ ଶେଷ ହୋଇଛି । ବ୍ରାଜିଲ ଟିମ୍ୱ୍ୟାଚ ପୂର୍ବରୁ ତାଙ୍କର ମହାନ ଖେଳାଳି ପେଲେଙ୍କ ଦ୍ରୁତ ଆରୋଗ୍ୟ କାମନା କରିଥିଲେ । ସୂଚନାଯୋଗ୍ୟ, ପେଲେ ଗୁରୁତର ଅବସ୍ଥାରେ ଡାକ୍ତରଖାନରେ ଭର୍ତି ହୋଇଛନ୍ତି ।

Leave A Reply

Your email address will not be published.