Latest Odisha News

ତାଲିବାନକୁ ଶକ୍ତ ଧକ୍କା, ଆଫଗାନିସ୍ତାନ ଛାଡିବା ପୂର୍ବରୁ ଅସ୍ତ୍ରଶସ୍ତ୍ରକୁ ଅକାମୀ କଲା ଆମେରିକା

କାବୁଲ: ଆଫଗାନିସ୍ତାନ ଛାଡିଛନ୍ତି ଆମେରିକା ସେନା । ତେବେ ସେମାନଙ୍କ ବ୍ୟବହୃତ ଅସ୍ତ୍ରଶସ୍ତ୍ର ତାଲିବାନଙ୍କୁ ଶକ୍ତିଶାଳୀ କରିବ ବୋଲି ଆଶଙ୍କା ରହିଥିଲା । ତେବେ ଆମେରିକା ଏ ନେଇ ଆଜି ସ୍ପଷ୍ଟୀକରଣ ଦେବା ସହ ସେଠାରେ ଥିବା ସମସ୍ତ ବିମାନ ଏବଂ ରକେଟ ଡିଫେନ୍ସ ସିଷ୍ଟମକୁ ଅକାମୀ କରି ଦିଆଯାଇଛି ।

ଏବେ ଏହାକୁ କେହି ବ୍ୟବହାର କରିପାରିବେ ନାହିଁ ବୋଲି କମାଣ୍ଡର ଫ୍ରାଙ୍କ ମ୍ୟାକେଞ୍ଜି କହିଛନ୍ତି । ଯଦି ଆମେରିକା ଷ୍ଟେଟମେଂଟ ସତ୍ୟ ହୋଇଥାଏ ତାହାହେଲେ ଆମେରିକାରେ ଅଲୋଡା ଅସ୍ତ୍ରଶସ୍ତ୍ରର ଗଦା ପାଲଟିଛି କହିଲେ ଭୁଲ ହେବନି ।

Leave A Reply

Your email address will not be published.