Latest Odisha News

BREAKING NEWS

ଉପରେ କଦଳୀ, ଭିତରେ ପ୍ୟାକେଟ୍ ପ୍ୟାକେଟ୍ ଗଞ୍ଜେଇ

ଜୟପୁର(କୋରାପୁଟ): ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ । ଉପରେ କଦଳୀ । ଭିତରେ ଗଞ୍ଜେଇ । କଦଳୀ ବୋଝେଇ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ । କୋରାପୁଟ ଜିଲ୍ଲାରୁ ଜୟପୁର ଘାଟିରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଛି ।

ଏକ କଦଳୀ ବୋଝେଇ ଟ୍ରକରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ହେଉଥିଲା । ଜୟପୁର ସଦର ଥାନା ଅଧିକାରୀ ଆଦିତ୍ୟ ମହାଙ୍କୁଡଙ୍କ ନେତୃତ୍ୱରେ ଏକ ଟିମ୍ ଜୟପୁର ଘାଟି ନିକଟରେ ଟ୍ରକକୁ ଯାଞ୍ଚ ବେଳେ ଗୁମର ଫିଟିଥିଲା ।

ଗଞ୍ଜେଇ ଭର୍ତ୍ତି ଟ୍ରକକୁ ଥାନାକୁ ଆଣି ଅଧିକ ଖୋଳତାଡ ଜାରି ରଖିଛି ପୋଲିସ । ଓଜନ ପରେ ଜଣା ପଡ଼ିବ ଜବତ ଗଞ୍ଜେଇର ପରିମାଣ । ରାଜ୍ୟ ବାହାର ଲିଙ୍କ ଖୋଜୁଛି ପୋଲିସ । ଗତ କିଛି ଦିନ ହେବ କୋରାପୁଟ ଜିଲ୍ଲାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହେଲାଣି ।

Leave A Reply

Your email address will not be published.