Latest Odisha News

BREAKING NEWS

ମଥୁରାରେ ମଦ ଓ ମାଂସ ବିକ୍ରି ଉପରେ ଲାଗିଲା ବ୍ୟାନ୍‌

ମଥୁରା: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଥୁରାରେ ମଦ ଓ ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଜନ୍ମାଷ୍ଟମୀ ଅବସରରେ ଏହି ‌ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ୟୁପି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ “ସମ୍ପୃକ୍ତ ଅଧିକାରୀମାନେ ଏହି ନିଷେଧାଦେଶ ତଥା ଅନ୍ୟାନ୍ୟ ବାଣିଜ୍ୟରେ ଏଭଳି କାର୍ଯ୍ୟକଳାପରେ ଜଡିତ ଥିବା ବ୍ୟକ୍ତିଙ୍କ ଯୋଗଦାନ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲକ୍ଷ୍ନ‌ୌ କୃଷ୍ଣୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।

ମଥୁରାର ଗୌରବକୁ ପୁନର୍ଜୀବିତ କରିବା ପାଇଁ  ଆଦିତ୍ୟନାଥ ପରାମର୍ଶ ଦେଇଛନ୍ତି। ଯେ ଯେଉଁମାନେ ମଦ ଏବଂ ମାଂସ ବାଣିଜ୍ୟରେ ନିୟୋଜିତ ଅଛନ୍ତି ସେମାନେ କ୍ଷୀର ଓ ଦହି ଉତ୍ପାଦନରେ ନିୟୋଜିତ ହୋଇପାରିବେ। ଏହାଫଳରେ ପୁଣି ଥରେ ମଥୁରାରେ ଦୁଗ୍ଧ ଓ ଦହିର ନଦୀ ପ୍ରବାହିତ ହେବ।

Leave A Reply

Your email address will not be published.