Latest Odisha News

BREAKING NEWS

ଦିବ୍ୟାଙ୍ଗ ଯାତ୍ରୀଙ୍କୁ ନେବା ପାଇଁ ମନା କରିପାରିବନି ବିମାନ କମ୍ପାନୀ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ)ର ନିର୍ଦ୍ଦେଶ ଦିବ୍ୟାଙ୍ଗ ଯାତ୍ରୀଙ୍କୁ ନେବା ପାଇଁ ବିମାନ କମ୍ପାନୀ ମନା କରିପାରିବେ ନାହଁ । ଯଦି କୌଣସି ବିମାନ କମ୍ପାନୀ ଭାବୁଛି ଯେ ବିମାନ ଯାତ୍ରା ସମୟରେ ଏଭଳି ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ, ତେବେ ଯାତ୍ରୀ ସୁରକ୍ଷିତ ଅଛନ୍ତି କି ନାହିଁ ତାହା ସୁନିଶ୍ଚିତ କରିବା ଉଚିତ। ଏଥିପାଇଁ ସେ ଯାତ୍ରୀଙ୍କୁ ଡାକ୍ତରଙ୍କ ଦ୍ୱାରା ପରୀକ୍ଷା କରାଇପାରିବେ ବୋଲି ଡିଜିସିଏ କହିଛି।

ସ୍ପଷ୍ଟ ଭାବରେ ଯାତ୍ରୀ ଏବଂ ଯାତ୍ରୀଙ୍କ ଚିକିତ୍ସା ଅବସ୍ଥା, ଏ ସଂପର୍କରେ ବିମାନ କମ୍ପାନୀ ଡାକ୍ତରୀ ମତାମତ ନେବା ପରେ ଉପଯୁକ୍ତ ନିଷ୍ପତ୍ତି ନେବ ବୋଲି କୁହାଯାଇଛି। ପୂର୍ବରୁ ଇଣ୍ଡିଗୋ ବିମାନ ପକ୍ଷରୁ ଜଣେ ଦିବ୍ୟାଙ୍ଗ ଶିଶୁ ଓ ତାଙ୍କ ପରିବାରକୁ ରାଞ୍ଚିରୁ ବିମାନରେ ଯିବାକୁ ବାରଣ କରାଯାଇଥିଲା। ଏହାପରେ ଏହି ଘଟଣା କେନ୍ଦ୍ର ବେସାମରିକ ବିିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ କାନରେ ପହଞ୍ଚିଥିଲା। ପରେ ନିଜେ ଏହି ଘଟଣାର ତଦନ୍ତ କରୁଛି କହି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।

ଏହା ସହିତ ଡିଜିସିଏ କହିଥିଲେ ଯେ, ଏଭଳି ପରିସ୍ଥିତିକୁ ରୋକିବା ପାଇଁ ସେ ଏହାର ନିୟମକୁ ପୁନର୍ବାର ଅନୁଧ୍ୟାନ କରିବେ।

Leave A Reply

Your email address will not be published.