Latest Odisha News

BREAKING NEWS

ପୁରୀ ପରିକ୍ରମା ପ୍ରକଳ୍ପ ପଛରେ ରହିଛି କି ‘ଭାଟିକାନ ସିଟି’ର ଛାପ, ପିନାକୀଙ୍କ ବୟାନ ବିତର୍କକୁ କଲା ପ୍ରଶସ୍ତ

ନୂଆଦିଲ୍ଲୀ: ପୁରୀ ନିଜର ଐତିହ୍ୟ ପରମ୍ପରା ପାଇଁ ବିଶ୍ୱ ଦରବାରରେ ପରିଚିତ । ଚାରିଧାମ ମଧ୍ୟରୁ ଅନ୍ୟତମ ଧାମ ହେଉଛି ପୁରୀଧାମ । ହିନ୍ଦୁ ଧର୍ମର ଏହି ପବିତ୍ର ଧାମର ରୂପରେଖ କିନ୍ତୁ ବଦଳିଯିବ । ଆଉ ଏହାକୁ ବଦଳାଇବାକୁ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା କହିଛନ୍ତି ପୁରୀ ସାଂସଦ ପିନାକି ମିଶ୍ର ।

ପୁରୀ ପରିକ୍ରମା ପ୍ରକଳ୍ପରୁ ନେଇ ସୁପ୍ରିମକୋର୍ଟ ରାୟ ପ୍ରକାଶ କରିବା ପରେ ରାଜ୍ୟ ସରକାରଙ୍କୁ ବଡ ଆଶ୍ୱସ୍ତି ମିଳିଛି। ଆଉ ଏହି ସଂକ୍ରାନ୍ତରେ ଦଳର ଆଭିମୁଖ୍ୟ ଏବଂ ନିଜେ ଜଣେ ପୁରୀର ସାଂସଦ ଭାବରେ ଗଣମାଧ୍ୟମକୁ ବୟାନ ଦେବା ବେଳେ ପିନାକୀ କହିଛନ୍ତି, ପୁରୀକୁ ଗୋଟିଏ ଭଲ ପରିବେଶରେ ତିଆରି କରିବାକୁ ଚିନ୍ତା କରୁଛନ୍ତି ମୁଖ୍ୟମନ୍ତ୍ରୀ । ଯେମିତି ଭାଟିକାନ ସିଟି ତିଆରି ହୋଇଛି ସେହିପରି ପୁରୀକୁ ମଧ୍ୟ ତିଆରି କରାଯିବ। ଏପରି କଲେ ଅଧିକରୁ ଅଧିକ ଲୋକ ପୁରୀ ଆସିପାରିବେ ବୋଲି ସେ କହିଛନ୍ତି। କହିରଖୁଛୁ ଭାଟିକାନ ହେଉଛି ଖ୍ରୀଷ୍ଟଧର୍ମାଲମ୍ବୀଙ୍କର ଗୋଟିଏ ପବିତ୍ର ସ୍ଥାନ।

ସାଂସଦଙ୍କ ଏହି ବୟାନ କିନ୍ତୁ ବିବାଦୀୟ। ଯେଉଁ ମନ୍ଦିରର ସ୍ୱତନ୍ତ୍ର ପରିଚୟ ଏବଂ ଐତିହ୍ୟ ରହିଛି ସେହି ମନ୍ଦିର କେମିତି ଆଉ ଏକ ଧର୍ମାମ୍ବଲମ୍ବୀର ସ୍ଥାନକୁ ଅନୁସରଣ କରିବ ? ବିକାଶର ଅର୍ଥ କଣ ଆଉ ଏକ ସ୍ଥାନ ବା ଧର୍ମର କଥାକୁ ଅନୁସରଣ କରିବା? ସେହିପରି ପୁରୀର ବଡ ଦାଣ୍ଡରେ ସବୁଦିନ ଗହଳି ରହିଥାଏ।ତେଣୁ ଅଧିକରୁ ଅଧିକ ଲୋକ ଆସିବାର ଅର୍ଥ କଣ ? ଏପରି ସ୍ଥିତିରେ ପୁରୀ ପରିକ୍ରମା ପ୍ରକଳ୍ପ ପଛରେ ରହିଛି କି ଭାଟିକାନ ସିଟିର ଛାପ ?

ନିକଟରେ ପୁରୀ ଗୋବର୍ଦ୍ଦନ ପୀଠର ଶଙ୍କରାଚାର୍ଯ୍ୟ କହିଥିଲେ, ପୁରୀକୁ ଏଭଳି ତିଆରି କରାଯାଉଛି ଯାହା ପୂର୍ବ ଐତିହ୍ୟକୁ ପ୍ରଭାବିତ କରୁଛି। ଯେଉଁ ମେଘନାଦ ପାଚେରୀ ବହୁ ଦୂରରୁ ଦେଖାଯାଉଥିଲା ଏବେ ତାହା ଆଉ ଦେଖାଯାଉ ନାହିଁ। ଏଥିପାଇଁ ସେ ସରକାରଙ୍କୁ ଦାୟୀ କରିଥିଲେ। ପୁରୀ ମନ୍ଦିର ଚାରିପାଖରେ ଯେଉଁସବୁ ନିର୍ମାଣ ହେବ ତାହା ବୁଝିବିଚାରି କାମ କରିବା କଥା। ହେଲେ ଏହା କରାଯାଉନି ବୋଲି ଶଙ୍କରାଚାର୍ଯ୍ୟ କହିଥିଲେ।

ଏହାକୁ ନେଇ ସୋଶିଆଲ ମିଡିଆରେ ସାଂସଦଙ୍କୁ କଟୂ ଭାଷାରେ ସମାଲୋଚନା କରିଛନ୍ତି। ଖାଲି ସାଂସଦ ନୁହେଁ ଏପରି ବୟାନ ପାଇଁ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ଦଳକୁ ଲୋକେ ସମାଲୋଚନା କରିଛନ୍ତି। ଅନ୍ୟପଟେ ପୁରୀର କିଛି ସମାଜିକ ସଂଗଠନ କର୍ମକର୍ତା କହିଛନ୍ତି, ପିନାକୀ ଯାହା କହିଛନ୍ତି ତାହା ଗ୍ରହଣୀୟ ନୁହେଁ। ତାଙ୍କୁ ଭୋଟ୍ ଦେଇ ସାଂସଦ ଭାବେ ଦିଲ୍ଲୀ ପଠାଇବା ପୁରୀବାସୀଙ୍କ ଭୁଲ୍ । ନିର୍ବାଚନ ବେଳେ ସେ କେବଳ ପୁରୀ ଆସନ୍ତି । ଆଉ ଭୋଟ୍ ବେଳେ ଅର୍ଥ ବଳରେ ନିଜର ପତିଆରା ଦେଖାନ୍ତି ବୋଲି ସଂପୃକ୍ତ ବ୍ୟକ୍ତି କହିଛନ୍ତି।

Leave A Reply

Your email address will not be published.