Latest Odisha News

ବାତ୍ୟା ଭୟ: ଆସନ୍ତାକାଲିଠୁ ବନ୍ଦ ରହିବ ବିମାନ ସେବା

ଭୁବନେଶ୍ବର: ସାମୁଦ୍ରିକ ଝଡ଼ ‘ଦାନା’ ପାଇଁ ଆସନ୍ତା କାଲି ଅର୍ଥାତ ଗୁରୁବାରରୁ ୨୫ ତାରିଖ ଅର୍ଥାତ ଶୁକ୍ରବାର ସକାଳ ୯ଟା ପର୍ଯ୍ୟନ୍ତ ବିମାନଚଳାଚଳ ବନ୍ଦ ରହିବ । ଅପରାହ୍ନ ୫ଟା ରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ କୌଣସି ବିମାନ ଉଡିବ ନାହିଁକି ଅବତରଣ କରିବ ନାହିଁ ।

ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ବାତ୍ୟା ‘ଦାନା’ ପାଇଁ ଏଏଆଇ ଏପରି ନିଷ୍ପତ୍ତି ନେଇଛନ୍ତି ।

ସୂଚନାଯୋଗ୍ୟ, ଭଦ୍ରକ ଜିଲ୍ଲା ଧାମରାରୁ କେନ୍ଦ୍ର‌ାପଡ଼ା ଜିଲ୍ଲା ଭିତରକନିକା ଦେଇ ଅତିକ୍ରମ କରିବ ବାତ୍ୟା ‘ଦାନା’ । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବ । ପବନର ବେଗ ଘଣ୍ଟା ପ୍ରତି ୧୧୦ରୁ ୧୨୦ କିମି ରହିପାରେ । ସେନେଇ ପ୍ରଶାସନ ତରଫରୁ ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି ।

Leave A Reply

Your email address will not be published.