ଭୁବନେଶ୍ବର:ଯଦି ଆପଣଙ୍କ ପାଖରେ ଏୟାରଟେଲ କମ୍ପାନୀର ଏକ ପ୍ରିପେଡ୍ ସିମ୍ ଅଛି, ତେବେ ଏୟାରଟେଲ କମ୍ପାନୀର ଏହି ଦୁଇଟି ପ୍ଲାନ ଉପରେ ଧ୍ୟାନ ଦିଅନ୍ତୁ । ଯାହାର ମୂଲ୍ୟ ୪୮୯ ଟଙ୍କା ଏବଂ ୫୪୮ ଟଙ୍କା ରହିଛି। ଆସନ୍ତୁ ଏହି ଦୁଇଟି ପ୍ଲାନ ମଧ୍ୟରେ ପାର୍ଥକ୍ୟ କ’ଣ ରହିଛି ଜାଣିବା ଓ କେଉଁ ପ୍ଲାନ ଆପଣଙ୍କ ପାଇଁ ସର୍ବୋତ୍ତମ ରହିବ ।
ଏୟାରଟେଲ ୪୮୯ ପ୍ଲାନ
ଏହି ଏୟାରଟେଲ ୪୮୯ ପ୍ଲାନରେ ୬ଜିବି ହାଇ ସ୍ପିଡ୍ ଡାଟା, ଅସୀମିତ ଭଏସ୍ କଲିଂ ଏବଂ ୬୦୦ ଏସଏମଏସ ଦିଆଯାଉଛି। ଏହା ସହିତ ତିନିମାସ ପାଇଁ ଆପଣ ଆପୋଲୋ 24/7ର ସଦସ୍ୟତା ଏବଂ ମାଗଣା ହେଲୋଟୁନ୍ ର ଲାଭ ମଧ୍ୟ ପାଇବେ ।
ଏୟାରଟେଲ ୫୪୮ ପ୍ଲାନ
ଏହି ଏୟାରଟେଲ ୫୪୮ଟଙ୍କାର ପ୍ଲାନରେ,୭ଜିବି ହାଇ ସ୍ପିଡ୍ ଡାଟା ପ୍ରଦାନ କରାଯାଇଛି । ଏହା ସହିତ ଲୋକାଲ ଏବଂ STD ନେଟୱାର୍କରେ କଥାବାର୍ତ୍ତା ପାଇଁ ଅସୀମିତ କଲିଂର ସୁବିଧା ସହ ୯୦୦ ଏସଏମଏସ ଉପଲବ୍ଧ । ଏହି ପ୍ଲାନ ସହିତ ଆପଣଙ୍କୁ ତିନିମାସ ପାଇଁ ଆପୋଲୋ ସଦସ୍ୟତା ଏବଂ ମାଗଣା ହେଲୋଟୁନ୍ ସୁବିଧା ମଧ୍ୟ ଦିଆଯାଉଛି ।
୪୮୯ ଟଙ୍କା ମୂଲ୍ୟର ଏହି ସୁଲଭ ରିଚାର୍ଜ ଯୋଜନା ସହିତ କମ୍ପାନୀ ୭୭ ଦିନର ବୈଧତା ପ୍ରଦାନ କରିବ । ଅନ୍ୟପକ୍ଷରେ ୫୪୮ ଟଙ୍କା ଏହି ଯୋଜନା ସହିତ ୮୪ ଦିନର ବୈଧତା ଦିଆଯାଇଛି।
ଯଦି ଆମେ ହାରାହାରି ଦୈନିକ ମୂଲ୍ୟ ବିଷୟରେ କହିବା, ୪୮୯ଟଙ୍କା ଦୈନିକ ମୂଲ୍ୟ ୬.୩ଟଙ୍କା ଥିବାବେଳେ ୫୪୮ ଟଙ୍କା ଯୋଜନାର ଦୈନିକ ମୂଲ୍ୟ ୬.୫୨ ଟଙ୍କା ହେବ । ଉଭୟ ଯୋଜନା ମଧ୍ୟରେ ଏକମାତ୍ର ପାର୍ଥକ୍ୟ ହେଉଛି ଯଦି ଆପଣ ଅଧିକ ଡାଟା ଏବଂ ଏସଏମଏସ ସୁବିଧା ଚାହୁଁଛନ୍ତି ତେବେ ଆପଣ ୫୪୮ ଟଙ୍କାର ପ୍ଲାନ ରିଚାର୍ଜ କରିପାରିବେ ।
Comments are closed.