Latest Odisha News

ବଚ୍ଚନ ପରିବାରଠାରୁ ଅଲଗା ରହିଲେ ଐଶ୍ଚର୍ଯ୍ୟା !

ମୁମ୍ବାଇ:ଅଭିଷେକ ବଚ୍ଚନ ଓ ଐଶ୍ଚର୍ଯ୍ୟା ରାୟଙ୍କ ସମ୍ପର୍କରେ ସୃଷ୍ଟି ହୋଇଥିବା ଫାଟ ବଢ଼ିବାରେ ଲାଗିଛି । ଜୁମରେ ପ୍ରକାଶିତ ଏକ ରିପୋର୍ଟରେ ବଚ୍ଚନ ପରିବାରଠାରୁ ଐଶ୍ଚର୍ଯ୍ୟ ଏବେ ଅଲଗା ରହୁଛନ୍ତି । ପୂର୍ବରୁ ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କ ଖରାପ ହେଉଥିବା ଖବର ପ୍ରକାଶ ପାଇଥିଲା । ଏହାର ସତ୍ୟତା ନେଇ ଓଡିଶା ସମ୍ବାଦ କୌଣସି ପୃଷ୍ଟି କରୁ ନ ଥିଲେ ମଧ୍ୟ ସବୁ କିଛି ଠିକ ନାହିଁ ବୋଲି ଗୁଜବ ଜୋର ଧରିଛି । ରିପୋର୍ଟରେ ଉଲ୍ଲେଖ ରହିଛି ଦୀର୍ଘ ଦିନ ସେମାନଙ୍କ ସମ୍ପର୍କ ଭଲ ନ ଥିଲେ ମଧ୍ୟ ଉଭୟ କେବଳ ଝିଅ ଯୋଗୁ ଏକତ୍ର ବାନ୍ଧି ହୋଇ ରହିଥିଲେ । କିଛି ଦିନ ତଳେ ଅଭିଷେକଙ୍କ ହାତରେ ୱେଡିଂ ରିଙ୍ଗ ନ ଥିବା ଖବର ପ୍ରକାଶ ପାଇଥିଲା ।

ଜୟା ବଚ୍ଚନଙ୍କ ସହ ଐଶ୍ଚର୍ଯ୍ୟାଙ୍କ ସମ୍ପର୍କ ତିକ୍ତ ହେବା ଏହାର ପ୍ରମୁଖ କାରଣ ଭାବେ ବିବେଚନା କରାଯାଉଛି । ଅଭିଷେକ ସର୍ବଦା ମାଆଙ୍କ ସପକ୍ଷରେ ରହୁଥିବାରୁ ଐଶ୍ଚର୍ଯ୍ୟା ଅସନ୍ତୁଷ୍ଟ ରହି ଆସିଥିଲେ । ଏହା ବ୍ୟତୀତ ନିକଟରେ ଅମିତାଭ ତାଙ୍କ ଜୁହୁ ବଙ୍ଗଳା ପ୍ରତୀକ୍ଷା ଝିଅ ଶ୍ୱେତା ନନ୍ଦାଙ୍କ ନାମରେ କରିବା ଆଉ ଏକ କାରଣ ଭାବେ ବିଚାର କରାଯାଉଛି । ଐଶ୍ଚର୍ଯ୍ୟା ଏବେ ତାଙ୍କ ଝିଅ ଆରାଧ୍ୟାକୁ ନେଇ ଯାଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନି । ଏ ସବୁ ଘଟଣାରେ ବିଚରା ଅଭିଷେକ ଭଲ ପତି ହେବା ନେଇ ଫସି ଯାଇଛନ୍ତି ।

Comments are closed.