Latest Odisha News

BREAKING NEWS

ଐଶ୍ଵର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା ନାନାବତୀ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଅମିତାଭ ଓ ଅଭିଷେକ ବଚ୍ଚନଙ୍କ ପରେ କରୋନା ସଂକ୍ରମିତ ଐଶ୍ଵର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ ଆରାଧ୍ୟା ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପଜିଟିଭ ଚିହ୍ନଟ ପରେ ସେମାନେ ହୋମ୍ ଆଇସୋଲେସନରେ ଥିଲେ । ଏବେ କରୋନାର ସାମାନ୍ୟ ଲକ୍ଷଣ ଦେଖାଦେବା ପରେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ପୂର୍ବରୁ ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନ କରୋନା ସଂକ୍ରମିତ ହୋଇଥିଲେ । ସେମାନେ ଏବେ ନାନାବତୀ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ନିଜେ ବିଗ ବି ଓ ଅଭିଷେକ ବଚ୍ଚନ ଟ୍ୱିଟ କରି ଜଣାଇଥିଲେ ।

ଗତ ୧୧ ତାରିଖରେ ଐଶ୍ଵର୍ଯ୍ୟା ଓ ଆରାଧ୍ୟାଙ୍କ କୋଭିଡ୍ ରିପୋର୍ଟ ପଜିଟିଭ ବାହାରିଥିଲା । ପୂର୍ବରୁ ସେମାନଙ୍କର ଆଣ୍ଟିଜେନ୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିଲା । ପରେ ସ୍ୱାବ ଟେଷ୍ଟ ରିପୋର୍ଟ ଆସିଥିଲା ପଜିଟିଭ୍ । ତେବେ ଜୟା ବଚ୍ଚନଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା ।

Leave A Reply

Your email address will not be published.