Latest Odisha News

BREAKING NEWS

ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଜିଆରପିର ଜେରା

ଭୁବନେଶ୍ୱର: ଦିନ ବିତିବା ସହ ଯୁବ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ବଢୁଛି ସସପେନ୍ସ । ତନାଘନା ଜାରି ରଖିଛି ଜିଆରପି । ଏହି ମାମଲାରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଜେରା କରାଯାଇଛି । ଗତକାଲି ଆଦିତ୍ୟଙ୍କ ଘରକୁ ପୋଲିସର ଏକ ଟିମ୍ ଯାଇଥିଲା ।

ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ସମେତ ତାଙ୍କ ବାପା ଓ ମାଆଙ୍କୁ ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଜେରା କରିଥିଲା ଜିଆରପିର ତଦନ୍ତକାରୀ ଟିମ୍ । ବାହାଘରଠୁ ଆରମ୍ଭ କରି ସାଂସାରିକ ଜୀବନ ବିଷୟରେ ପଚାରିଥିବା ସୂଚନା ମିଳିଛି । ଆଦିତ୍ୟଙ୍କ ମୃତ୍ୟୁ ଦିନ ସେମାନଙ୍କ ଭିତରେ କୌଣସି ଝଗଡ଼ ହୋଇଥିଲା କି ? ସ୍ୱାମୀ-ସ୍ତ୍ରୀଙ୍କ ଭିତରେ କିଛି ମନୋମାଳିନ୍ୟ ଥିଲା କି ? ନା ଆଉ କାହା ସହ କିଛି ଶତ୍ରୁତା ରହିଥିଲା ? ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜିଛି ଜିଆରପି ।

ଆଦିତ୍ୟ ଦାଶ (ଫାଇଲ)

ପୂର୍ବରୁ ଆଦିତ୍ୟଙ୍କ ସାଙ୍ଗ ପପୁ ଓ ବିକାଶକୁ ଜେରା କରାଯାଇଛି । ଏଯାଏଁ ୩୦ରୁ ଅଧିକ ଲୋକଙ୍କୁ ପଚରାଉଚା କରି ସାରିଲାଣି ପୋଲିସ । କିନ୍ତୁ କୌଣସି ନିଷ୍କର୍ଷରେ ପହଞ୍ଚି ପାରିନି ।

ଗତକାଲି ପୁରୁଷୋତ୍ତମ ଏକ୍ସପ୍ରେସର ଟ୍ରେନ ଡ୍ରାଇଭର କହିଥିଲେ, ଜୁଲାଇ ୬ ତାରିଖରେ ପୁରୀ-ଭୁବନେଶ୍ୱର ରେଲଓ୍ୱ ଲାଇନରେ କୌଣସି ଦୁର୍ଘଟଣା ହୋଇ ନଥିଲା । ତାଙ୍କର ବୟାନ ପରେ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାରେ ଅଧିକ ଘନେଇଛି ରହସ୍ୟ ।

Leave A Reply

Your email address will not be published.