Latest Odisha News

BREAKING NEWS

ଐଶ୍ଚର୍ଯ୍ୟା ଓ ଆରାଧ୍ୟା ମଧ୍ୟ କରୋନା ପଜିଟିଭ୍‌

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ବଚ୍ଚନ ପରିବାରର ବୋହୁ ଐଶ୍ଚର୍ଯ୍ୟା ରାୟ ବଚ୍ଚନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କ ଝିଅ ଆରାଧ୍ୟା ମଧ୍ୟ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି । ଗତକାଲି ଉଭୟଙ୍କ ପରୀକ୍ଷା ହୋଇଥିବା ବେଳେ ରିପୋର୍ଟ ନେଗେଟିଭ୍ ଆସିଥିଲା । ଆଜି ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାରେ ମାଆ-ଝିଅଙ୍କ ନମୁନା ପଜିଟିଭ୍ ଆସିଛି । ତେବେ ଅମିତାଭଙ୍କ ପତ୍ନୀ ଜୟା ବଚ୍ଚନଙ୍କ ଦ୍ୱିତୀୟ ଥର ପାଇଁ ରିପୋର୍ଟ ନେଗେଟିଭ୍ ଆସିଛି । ଏଥିସହ ଅମିତାଭଙ୍କ ଝିଅ ଶ୍ୱେତା ଏବଂ ତାଙ୍କ ଦୁଇ ପିଲାଙ୍କ ରିପୋର୍ଟ ମଧ୍ୟ ନେଗେଟିଭ୍ ଆସିଛି ।

ଗତକାଲି ଅମିତାଭ ବଚ୍ଚନ ଏବଂ ପୁଅ ଅଭିଷେକ ବଚ୍ଚନ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଥିଲା । ନିଜେ ବିଗ୍ ବି ଅମିତାଭ, ଏନେଇ ଟ୍ୱିଟ୍ କରି ସୂଚନା ଦେଇଥିଲେ । ତାଙ୍କ ପାଖରେ କରୋନାର ଅଳ୍ପ ଲକ୍ଷଣ ଦେଖାଯାଇଥିବା ସେ ଟ୍ୱିଟ କରିଥିଲେ । ଗତ ୧୦ ଦିନ ଧରି ତାଙ୍କ ସହ ସଂପର୍କରେ ଥିବା ସମସ୍ତଙ୍କୁ କ୍ୱାରେଂଟିନରେ ରହିବାକୁ ଅମିତାଭ ପରାମର୍ଶ ଦେଇଥିଲେ । ମୁମ୍ବାଇର ନାନାବତୀ ହସପିଟାଲରେ ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଚିକିତ୍ସା ଚାଲିଥିବା ବେଳେ ସେ ସୁସ୍ଥ ଅଛନ୍ତି ଏବଂ ଡାକ୍ତରମାନେ ତାଙ୍କ ଭଲ ଚିକିତ୍ସା କରୁଥିବା ଭିଡିଓ ମାଧ୍ୟମରେ ଜଣାଇଥିଲେ ଅମିତାଭ ।..

Leave A Reply

Your email address will not be published.