Latest Odisha News

ସରିଲା ସୁଟିଂ; ରିଲିଜ ଅପେକ୍ଷାରେ ଐଶ୍ୱର୍ଯ୍ୟାଙ୍କ ‘ପୋନିୟିନ୍ ସେଲଭାନ୍’

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟଙ୍କ ଆଗାମୀ ଚଳଚ୍ଚିତ୍ର ‘ପୋନିୟିନ୍ ସେଲଭାନ୍’ର ସୁଟିଂ ଶେଷ ହୋଇଛି। ଐଶ୍ୱର୍ଯ୍ୟା  ଫିଲ୍ମର ଏକ ପୋଷ୍ଟର ସେୟାର କରି ଏ ବିଷୟରେ ସୂଚନା ଦେଇଛନ୍ତି। ଏହା ସହ ଫିଲ୍ମ କେବେ ରିଲିଜ ହେବ ତାହା ମଧ୍ୟ ପ୍ରଶଂସକଙ୍କୁ ଜଣାଇଛନ୍ତି।

ନିକଟରେ ଐଶ୍ୱର୍ଯ୍ୟା ଫିଲ୍ମର ସୁଟିଂ ପାଇଁ ମଧ୍ୟପ୍ରଦେଶ ଯାଇଥିଲେ ଯେଉଁଠାରେ ସେଟରୁ ତାଙ୍କର କିଛି ଚିତ୍ର ମଧ୍ୟ ପ୍ରକାଶ ପାଇଥିଲା। ଏବେ ଫିଲ୍ମର ସୁଟିଂ ଶେଷ ହେବା ପରେ ପ୍ରଶଂସକମାନେ ଏହାର ରିଲିଜକୁ ଅପେକ୍ଷା କରିଛନ୍ତି।

ଐଶ୍ୱର୍ଯ୍ୟା ସେୟାର କରିଥିବା ପୋଷ୍ଟରରେ ଉଲ୍ଲେଖ ହୋଇଛି ଯେ ଫିଲ୍ମଟି ସମ୍ପୂର୍ଣ୍ଣ ହୋଇଛି। PS-1 ଆସନ୍ତା ବର୍ଷ ୨୦୨୨ ର ଗ୍ରୀଷ୍ମ ସମୟରେ ମୁକ୍ତିଲାଭ କରିବ।

Comments are closed.