ନୂଆଦିଲ୍ଲୀ : ଏମିତି ବି ହୋଇଥିଲା ଜଣେ ଆଗଧାଡ଼ିର ଅଭିନେତ୍ରୀ ପ୍ରତ୍ୟାଖ୍ୟାନ କରିଥିବା ସିନେମା ଆଉ ଜଣେ ଅଭିନେତ୍ରୀଙ୍କୁ ସୁପରଷ୍ଟାର କରିପାରିଥିଲା । ଘଟଣା ଥିଲା ହିନ୍ଦି ଫିଲ୍ମ ‘ରାଜା ହିନ୍ଦୁସ୍ଥାନୀ’ର । ୧୯୯୬ ମସିହାର ଘଟଣା । ସେ ସମୟରେ ମିସ୍ୱାର୍ଲ୍ଡ ଟାଇଟଲ ହାସଲ କରିଥିବା ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ପାଖକୁ ବଲିଉଡ଼ରେ ଅଫରର ସୁଅ ଛୁଟିଥିଲା । ଫିଲ୍ମ ‘ରାଜା ହିନ୍ଦୁସ୍ଥାନୀ’ର ଅଫର ମଧ୍ୟ ଐଶ୍ୱର୍ଯ୍ୟାଙ୍କୁ ମିଳିଥିଲା । ବ୍ୟକ୍ତିଗତ କାରଣ ହେଉ ବା ଆଉ କିଛି ଏହି ଅଫରକୁ ରିଜେକ୍ଟ କରି ଦେଇଥିଲେ ଐଶ୍ୱର୍ଯ୍ୟା । ପରେ ଏହା କରିସ୍ମାଙ୍କୁ ମିଳିଥିଲା, ଯାହା ତାଙ୍କୁ ରାତାରାତି ସୁପରଷ୍ଟାର କରି ଦେଇଥିଲା ।
‘ପ୍ରେମ କଏଦୀ’ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିବା କରିସ୍ମା କାପୁର ‘ଅନାରୀ’, ‘ରାଜା ବାବୁ’, ‘କୁଲି ନଂ ୧’, ‘ସାଜନ ଚଲେ ସସୁରାଲ୍’ ଏବଂ ‘ଜୀତ୍’ରେ ଅଭିନୟ କରିଥିଲେ ମଧ୍ୟ ଏତେଟା ସଫଳତା ମିଳି ନ ଥିଲା । କାରଣ ତାଙ୍କ କ୍ୟାରିୟରର ପ୍ରଥମ ଦିନରୁ ହିଁ ଲୋକମାନେ ତାଙ୍କ ଚେହେରାକୁ ନେଇ ପରିହାସ କରୁଥିଲେ । ଏମିତି କି କେହି କେହି ତାଙ୍କୁ ପୁଅମାନଙ୍କ ସହ ତୁଳନା କରୁଥିବା ବେଳେ ଲେଡି ରନ୍ଧୀର କପୁର ବୋଲି ମଧ୍ୟ କହୁଥିଲେ । କିନ୍ତୁ ‘ରାଜା ହିନ୍ଦୁସ୍ତାନୀ’ ପରେ କରିସ୍ମାଙ୍କ ପ୍ରତିଛବି ଲୋକଙ୍କ ଆଖିରେ ସଂପୂର୍ଣ୍ଣ ବଦଳିଗଲା । ଏହି ଚଳଚ୍ଚିତ୍ର ଅଫର ପ୍ରଥମେ ଐଶ୍ୱର୍ଯ୍ୟା ରାୟଙ୍କୁ ମିଳିଥିଲା, କିନ୍ତୁ ସେତେବେଳେ ସେ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ । କାରଣ ମିସ୍ ୱାର୍ଲ୍ଡ ହେବା ପରେ ତାଙ୍କ ପାଖରେ ଅନେକ ଅଫର ଥିଲା । ପରେ ଏହି ସୁଯୋଗ କରିସ୍ମାଙ୍କୁ ମିଳିଥିଲା, ଯାହା ତାଙ୍କୁ ରାତାରାତି ସୁପରଷ୍ଟାର କରିଦେଇଥିଲା । ଏହି ଚଳଚ୍ଚିତ୍ର ତାଙ୍କୁ ଏକ ନୂତନ ପରିଚୟ ଦେଇଥିଲା । ୧୯୯୬ ମସିହାରେ ଆସିଥିବା ଏହି ଫିଲ୍ମ ବକ୍ସ ଅଫିସରେ ମଧ୍ୟ ରେକର୍ଡ଼ ସୃଷ୍ଟି କରିଥିଲା । ପ୍ରାୟ ୫.୭୫ କୋଟିରେ ନିର୍ମିତ ଏହି ଫିଲ୍ମ ବକ୍ସ ଅଫିସରେ ମୋଟ ୭୬.୩୪ କୋଟି ସଂଗ୍ରହ ହୋଇଥିଲା । ଏମିତି କି ଏହି ଫିଲ୍ମ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମଧ୍ୟ ମିଳିଥିଲା । ଏହା ପରେ କରିସ୍ମାଙ୍କ ପାଖକୁ ଅଫରର ସୁଅ ଛୁଟିଲା ।
BREAKING NEWS
- ଭିଜିଲାନ୍ସ ଜାଲରେ ଓଏଏସ ଅଧିକାରୀ, ଏକକାଳୀନ ୭ଟି ସ୍ଥାନରେ ଚଢ଼ଉ
- ତେହେରାନ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ, ୧୦ ଇରାନୀ ଲ୍ୟାଣ୍ଡମାଇନ୍ ନଷ୍ଟ କଲା ଆମେରିକା
- Special flights to the Middle East: ଘରକୁ ଫେରିବେ ମଧ୍ୟପ୍ରାଚ୍ୟରେ ଫସି ରହିଥିବା ଭାରତୀୟ, ଆଜିଠୁ ପୁଣି ଆରମ୍ଭ ହେଲା ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ବିମାନ
- ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଇରାନ ସହିତ କଥା ହେଲେ ଜୟଶଙ୍କର
- US-Iran clash soars in Strait of Hormuz: ସମୁଦ୍ରରେ ମଧ୍ୟପ୍ରାଚ୍ୟ ଯୁଦ୍ଧ: ହର୍ମୁଜରେ ପ୍ରଣାଳୀରେ ମାଇନ୍ ବିଛାଉଛି ଇରାନ? କଡ଼ା ଚେତାବନୀ ଦେଲେ ଟ୍ରମ୍ପ
- ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା, ୨୪ ଘଣ୍ଟାରେ ୪ ଜିଲ୍ଲାରେ କାଳବେଶାଖୀ ଆଶଙ୍କା
- ୪୦ଟି ଦେଶରୁ ଅଶୋଧିତ ତେଲ ଆମଦାନୀ କରୁଛି ଭାରତ, ଇନ୍ଧନର କୌଣସି ଅଭାବ ନାହିଁ
- Fuel Surcharge Hike: ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ବଢ଼ିଲା ଫୁଏଲ ସରଚାର୍ଜ, ବିମାନ ଯାତ୍ରା ମହଙ୍ଗା
- ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ଅଭିଯାନ; ୧୦ ହଜାରରୁ ଅଧିକ ମହିଳାଙ୍କୁ କିଟ୍ ଓ ସଚେତନତା ବାଣ୍ଟିଲା ଟିପିଏସ୍ଓଡିଏଲ୍
- ବିଜେଡିକୁ ଶକ୍ତ ଝଟ୍କା, ଇସ୍ତଫା ଦେଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା
Comments are closed.