Latest Odisha News

BREAKING NEWS

ଭାରତର ପ୍ରଥମ ମହିଳା ଭାବେ ଐଶ୍ଵର୍ଯ୍ୟାଙ୍କୁ ମିଳିଲା ଚଳିତ ବର୍ଷର ଶ୍ରେଷ୍ଠ ୱାଇଲଡ଼ ଲାଇଫ ଫଟୋଗ୍ରାଫର ଆୱାର୍ଡ

ନୂଆଦିଲ୍ଲୀ: ଭାରତର ପ୍ରଥମ ମହିଳା ଭାବେ ୨୩ ବର୍ଷୀୟା ଐଶ୍ୱର୍ଯ୍ୟା ଶ୍ରୀଧରଙ୍କୁ ମିଳିଛି ୱାଇଲ୍ଡ ଲାଇଫ ଫଟୋଗ୍ରାଫର ଅଫ୍ ଦି ଇୟର ପୁରସ୍କାର। ଏହି ସମ୍ମାନ ପାଇବାରେ ଐଶ୍ୱର୍ଯ୍ୟା ହେଉଛନ୍ତି ପ୍ରଥମ ଭାରତୀୟ ମହିଳା।

୮୦ ରୁ ଅଧିକ ଦେଶର ୫୦ ହଜାରରୁ ଉର୍ଦ୍ଧ୍ବ ଫଟୋ ମଧ୍ୟରୁ ତାଙ୍କ ଫଟୋକୁ ମିଳିଛି ଏହି ସମ୍ମାନ।

ମାତ୍ର ୧୦୦ ଟି ଫଟୋକୁ ସର୍ଟଲିଷ୍ଟ କରାଯାଇଥିଲା ତାଙ୍କ ଫୋଟୋ ସର୍ବୋକୃଷ୍ଟ ବୋଲି ବିବେଚନା କରାଯାଇଛି।

ଅକ୍ଟୋବର ୧୩ ରେ ଲଣ୍ଡନର ପ୍ରାକୃତିକ ଇତିହାସ ସଂଗ୍ରହାଳୟରେ ଏହି ଘୋଷଣା କରାଯାଇଛି।

ତାଙ୍କର ଏହି ଫୋଟୋ ଟିର ନାଁ ରହିଥିଲା ‘ଲାଇଟ୍ ଅଫ୍ ପ୍ୟାସନ’ । ୱାଇଲ୍ଡ ଲାଇଫ୍ ଫଟୋଗ୍ରାଫର ଅଫ୍ ଦି ଇୟର ୨୦୨୦ ରେ ‘ଉଚ୍ଚ ପ୍ରଶଂସା’ ପୁରସ୍କାର ଲାଭ କରିଛି ଐଶ୍ୱର୍ଯ୍ୟାଙ୍କ ଏହି ଫଟୋ।

ଐଶ୍ୱର୍ଯ୍ୟା ନିଜ ଟ୍ୱିଟରରେ ଏହି ଫଟୋଟି ପୋଷ୍ଟ କରି ଲେଖିଛନ୍ତି: “ଜଣେ ୱାଇଲଡ଼ ଲାଇଫ ଫଟୋଗ୍ରାଫର ଭାବରେ ଭାରତ ତଥା ମୋ ପାଇଁ ଏହା ଏକ ବଡ ମୁହୂର୍ତ୍ତ। ଏହି ପୁରସ୍କାର ଜିତିବାରେ ମୁଁ ପ୍ରଥମ ଓ ସର୍ବ କନିଷ୍ଠ ଅଟେ।

ଐଶ୍ୱର୍ଯ୍ୟା ଶ୍ରୀଧର ଜଣେ ୱାଇଲଡ଼ ଲାଇଫ ଫଟୋଗ୍ରାଫର ସହ ଲେଖିକା ଏବଂ ଚଳଚ୍ଚିତ୍ର ନିର୍ମାତା ମଧ୍ୟ ।

ଆହୁରି ପଢନ୍ତୁ:

https://odishasambad.in/shammi-kapoor-and-geeta-bali-love-story/

Comments are closed.