Latest Odisha News

BREAKING NEWS

ମୋର୍ଗାନ, କାର୍ତିକଙ୍କ ବିସ୍ଫୋରକ ବ୍ୟାଟିଂ: କୋଲକତା ୧୬୩/୫

ଆବୁଧାବି: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ରବିବାର ମୁକାବିଲାରେ କୋଲକତା ନାଇଟ ରାଇଡର୍ସ ପ୍ରଥମେ ବ୍ୟାଟିଂ କରି ୧୬୪ ରନର ବିଜୟ ଟାର୍ଗେଟ ଦେଇଛି । ଟସ୍ ଜିତି ହାଇଦ୍ରାବାଦ ପ୍ରଥମେ ଫିଲ୍ଡିଂ କରିଥିଲା । କୋଲକାତାର ଦୁଇ ଓପନର ଶୁଭମ ଗିଲ ଓ ରାହୁଲ ତ୍ରିପାଠୀ ୧ମ ଉଇକେଟରେ ୪୮ ରନ ଯୋଗ କରି ଦଳକୁ ଭଲ ଆରମ୍ଭ ଦେଇଥିଲେ । ଗିଲ ୩୬ ଓ ତ୍ରିପାଠୀ ୨୮ ରନ କରିଥିଲେ । ନୀତିଶ ରାଣା ୨୯ ରନର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ ।

ତେବେ ୧୫ ଓଭର ପରେ ଦୀନେଶ କାର୍ତିକ ଓ ଇଅନ ମୋର୍ଗାନ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ଦଳର ସ୍କୋରକୁ ୫ ଉଇକେଟ ବିନିମୟରେ ୧୬୩ରେ ପଂହଚାଇଥିଲେ । ମୋର୍ଗାନ ୨୩ ବଲରୁ ୩୪ ଓ କାର୍ତିକ ୧୪ ବଲରୁ ୨୯(ନଟଆଉଟ) ରନ ସଂଗ୍ରହ କରିଥିଲେ । ତ୍ୟାଗୀ ନଟରାଜନ ହାଇଦ୍ରାବାଦ ପକ୍ଷରୁ ସର୍ବାଧିକ ୨ଟି ଉଇକେଟ ନେଇଥିଲେ ।

Leave A Reply

Your email address will not be published.