ମୁମ୍ବାଇ: ଆଗାମୀ ଫିଲ୍ମ ‘ଭୋଲା’ର ପ୍ରମୋସନକୁ ନେଇ ବଲିଉଡ଼ର ସିଙ୍ଘମ୍ ତଥା ଅଭିନେତା ଅଜୟ ଦେବଗନ ପୁରା ବ୍ୟସ୍ତ । ନିକଟରେ ସେ ନିଜ ଫିଲ୍ମର ପ୍ରମୋସନ ପାଇଁ ଲୋକପ୍ରିୟ କମେଡ଼ି ଶୋ ‘କପିଲ ଶର୍ମା ଶୋ’ରେ ଅଭିନେତ୍ରୀ ତବୁଙ୍କ ସହ ନଜର ଆସିଛନ୍ତି । ଏହି ଶୋ’ରେ ଉଭୟ କପିଲଙ୍କ ସହ କଥାବାର୍ତ୍ତା କରିବା ସହ ଖୁବ୍ ମସ୍ତି ବି କରିଛନ୍ତି ।
ପୂର୍ବରୁ ଅଜୟ ଓ ତବୁଙ୍କୁ ଏକାଠି ଅନେକ ଫିଲ୍ମରେ ଦେଖିବାକୁ ମିଳିଛି । ଏହି ଯୋଡ଼ିଙ୍କୁ ସିନେପ୍ରେମୀ ଖୁବ୍ ପସନ୍ଦ ବି କରୁଛନ୍ତି । ଉଭୟ ନିଜ ନିଜର ଦମଦାର ଅଭିନୟ ପାଇଁ ଲୋକଙ୍କ ହୃଦୟ ଜିତିପାରିଛନ୍ତି । ଅଜୟ ଓ ତବୁ ଏବେ ଆଗାମୀ ଫିଲ୍ମ ‘ଭୋଲା’ର ପ୍ରମୋସନରେ ପୁରା ବ୍ୟସ୍ତ ଅଛନ୍ତି । ଏହି ଶୋରେ ଅଜୟଙ୍କୁ ବେକରେ ମଫଲର ପକାଇବା ସହ କୋର୍ଟ ପିନ୍ଧିଥିବା ବେଳେ ତବୁ ଶାଢିରେ ନଜର ଆସିଛନ୍ତି । ଏହା ପୂର୍ବରୁ ଉଭୟଙ୍କୁ ଦୃଶ୍ୟମ ୨ରେ ବି ଦେଖିବାକୁ ମିଳିଥିଲା । ଫିଲ୍ମ ଭୋଲା ଆସନ୍ତା ୩୦ ତାରିଖରେ ମୁକ୍ତିଲାଭ କରିବ । ଏହି ଫିଲ୍ମରେ ନିଜେ ଅଜୟ ନିର୍ଦ୍ଦେଶନା ବି ଦେଇଛନ୍ତି ।
Comments are closed.