Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ମମତା, କହିଲେ ‘ବଙ୍ଗାଳି ଭବନ ହେବ ନୂଆ ପୁରୀ’

ପୁରୀ: ଓଡ଼ିଶା ମୋର ପ୍ରଥମ ଘର । ଓଡ଼ିଶା ଓ ପଶ୍ଚିମବଙ୍ଗ ଦୁଇ ଭଉଣୀ ବୋଲି କହିଛନ୍ତି ପୁରୀ ଗସ୍ତରେ ଆସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଗିରଳ ନିକଟ ସିପସରୁବାଲି ମୌଜା ମଙ୍ଗଳା ମୁହାଣ ନିକଟରେ ବଙ୍ଗାଳି ଅତିଥି ଭବନ ପାଇଁ ଚିହ୍ନଟ ଜମି ବୁଲି ଦେଖିବା ସହ ଖୁସିବ୍ୟକ୍ତ କରିଛନ୍ତି ମମତା । ବିଭିନ୍ନ ସମୟରେ ପଶ୍ଚିମବଙ୍ଗରୁ ଲକ୍ଷାଧିକ ଯାତ୍ରୀ ଆସୁଥିବାରୁ ଅତିଥି ଭବନ ଉପଯୋଗୀ ହେବ । ଅତିଥି ଭବନ ନୂଆ ପୁରୀ ହେବ ବୋଲି କହିଛନ୍ତି ମମତା ।

ଅପରାହ୍ଣରେ ମମତା ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଭାବବିହ୍ୱଳ ହୋଇ ପଡ଼ିଥିଲେ । ଶ୍ରୀମନ୍ଦିର ଭିତରେ ପ୍ରାୟ ଘଣ୍ଟାଏ ରହିଥିଲେ ମମତା । ରତ୍ନବେଦୀରେ ଶ୍ରୀବିଗ୍ରହମାନଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ । ମମତାଙ୍କ ନାମରେ ନୀଳଚକ୍ରରେ ଚଉଦ ହାତିଆ ହଳଦିଆ ବାନା ବନ୍ଧା ଯାଇଥିଲା । କୀର୍ତ୍ତନ ଚକଡ଼ାରେ ଥାଇ ବାନା ପରିବର୍ତ୍ତନ ଦୃଶ୍ୟ ଦେଖି ଭାବବିହ୍ଵଳ ହୋଇଥିଲେ ମମତା ।

ଓଡ଼ିଶା ଗସ୍ତର ତୃତୀୟ ଦିନରେ ଆସନ୍ତାକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ । ତେବେ ନବୀନଙ୍କ ସହ ସାକ୍ଷାତ, ଆଲୋଚନା ରାଜନୈତିକ ନୁହେଁ ସୌଜନ୍ୟତାମୂଳକ ବୋଲି କହିଛନ୍ତି ମମତା ।

Leave A Reply

Your email address will not be published.