Latest Odisha News

BREAKING NEWS

ଟାଇମ ମାଗାଜିନର ପ୍ରଭାବଶାଳୀ ବ୍ୟକ୍ତଙ୍କ ମଧ୍ୟରେ ସାକ୍ଷୀ, ଆଲିୟା

ନୂଆଦିଲ୍ଲୀ: ଟାଇଟ ମାଗାଜିନ ଚଳିତ ବର୍ଷର ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ତାଲିକା ପ୍ରକାଶ କରିଛି । ବୁଧବାର ପ୍ରକାଶିତ ଏହି ତାଲିକାରେ ଅଲିମ୍ପିକ ପଦକ ବିଜେତା ସାକ୍ଷୀ ମଲ୍ଲିକ ଓ ଅଭିନେତ୍ରୀ ଆଲିୟା ଭଟ୍ଟ ସ୍ଥାନ ପାଇଛନ୍ତି । ଭାରତୀୟ ବଂଶୋଦ୍ଭବ ହଲିଉଡ ଅଭିନେତା ଦେବ ପଟେଲ, ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା, ଜିଗର ଶାହଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି । ବିଶ୍ୱ ବ୍ୟାଙ୍କର ସଭାପତି ତଥା ପ୍ରତିଷ୍ଠିତ ବ୍ୟବସାୟୀ ଅଜୟ ବଙ୍ଗା, ଲୋକପ୍ରିୟ ରୋଷେୟା ଏବଂ ଦାର୍ଜିଲିଂ ଏକ୍ସପ୍ରେସର ମାଲିକ ଆସମ ଖାଁ ମଧ୍ୟ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ।

ସାକ୍ଷୀ ମଲିକ ମହିଳା ରେସଲର ପ୍ରତି ହୋଇଥିବା ଯୌନ ନିର୍ଯାତନା ବିରୋଓରେ ରେସଲିଂ ଫେଡେରେଶନ ଅଫ ଇଣ୍ଡିଆର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିପକ୍ଷରେ ଆନ୍ଦୋଳନ କରିଥିଲେ । ସେହିପରି ଅଭିନୟ କ୍ଷେତ୍ରରେ ଅବଦାନ ପାଇଁ ଆଲିୟାଙ୍କୁ ଏହି ତାଲିକାରେ ସାମିଲ କରାଯାଇଛି ।

Leave A Reply

Your email address will not be published.