Latest Odisha News

BREAKING NEWS

ଖୁବଶୀଘ୍ର ଆରମ୍ଭ ହେବ ଦୃଶ୍ୟମ୍-୨ ସୁଟିଂ, ପୁଣି ଏକାଠି ନଜର ଆସିବେ ଅଜୟ ଦେବଗନ୍-ତବୁ

ମୁମ୍ବାଇ: ଅଭିନେତା ଅଜୟ ଦେବଗନ ଓ ତବୁ ପୁଣିଥରେ ଗୋଟିଏ ଫିଲ୍ମରେ ନଜର ଆସିପାରନ୍ତି । ଅଜୟ ଦେବଗନ ଓ ତବୁ ଦୃଶ୍ୟମ୍-୨ରେ ପୁଣି ଏକାସଙ୍ଗେ ନଜର ଆସିବେ ବୋଲି କୁହାଯାଉଛି । 

ଅଭିନେତା ମୋହନ ଲାଲ ଅଭିନୀତ ମାଲାୟାଲାମ ଫିଲ୍ମ ଦୃଶ୍ୟମ୍-୨ ଫେବୃଆରୀ ୧୯ ତାରିଖରେ ଅନଲାଇନ ରିଲିଜ ହୋଇଛି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଜେଟୁ ଜୋସେଫ । 

ଫିଲ୍ମରେ ‘ଦୃଶ୍ୟମ୍’ର ୬ ବର୍ଷ ପର ଘଟଣା ଦର୍ଶାଯାଇଛି । ହିନ୍ଦୀ ହେବାକୁ ଥିବା ଦୃଶ୍ୟମ-୨ରେ ସାମାନ୍ୟ କିଛି ପରିବର୍ତ୍ତନ କରାଯାଇଛି । ମାଲାୟାଲାମ ଫିଲ୍ମର କାହାଣୀ ଉପରେ ଆଧାରିତ ହେବ ଦୃଶ୍ୟମ୍-୨ । ଫିଲ୍ମର ପ୍ରଯୋଜନା ଦେବେ କୁମାର ମଙ୍ଗତ । 

ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଅଜୟ ଦେବଗନ ଓ ତବୁ ରାଜି ହୋଇଯାଇଛନ୍ତି । ଅନ୍ୟ ଚରିତ୍ରରେ କିଏ ଅଭିନୟ କରିବେ ତାହା ଏଯାଏଁ ଠିକ୍ ହୋଇନାହିଁ ।

ଦୃଶ୍ୟମ୍-୨ର ପ୍ରଥମ ପାର୍ଟ ୨୦୧୫ରେ ସିନେମାହଲରେ ରିଲିଜ୍ ହୋଇଥିଲା । ଏହି ଫିଲ୍ମକୁ ଦର୍ଶକ ବହୁତ ପସନ୍ଦ କରିଥିଲେ । ଅଜୟ ଓ ତବୁଙ୍କ ସହ ଦୃଶ୍ୟମ-୨ ସୁଟିଂ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଆରମ୍ଭ ହେବ । ଫିଲ୍ମ ୨୦୨୨ରେ ରିଲିଜ କରିବାର ଯୋଜନା ରହିଛି ।

ଅଜୟ ଦେବଗନ ଦମଦାର ଅଭିନୟ ପାଇଁ ବହୁତ ଲୋକପ୍ରିୟ। ଅଭିନୟ ସହ ସେ ଫିଲ୍ମ ନିର୍ଦ୍ଦେଶନା ମଧ୍ୟ ଦେଉଛନ୍ତି। ସେ ନିଜ ଫିଲ୍ମ ‘ମେଡେ’ର ନିର୍ଦ୍ଦେଶନା ଦେଉଛନ୍ତି। ଏହି ଫିଲ୍ମରେ ବିଗ ବି ଅମିତାଭ ବଚ୍ଚନ ମୁଖ୍ୟ ଚରିତ୍ରରେ ନଜର ଆସିବେ। ଅଜୟ ଦେବଗନ, ‘ସିଂହମ୍’, ‘ଦୃଶ୍ୟମ୍’, ‘ରେଡ୍’ ଆଦି ଫିଲ୍ମରେ ଦମଦାର୍ ଅଭିନୟ କରିଛନ୍ତି ।

Leave A Reply

Your email address will not be published.