Latest Odisha News

ସେନସେକ୍ସ ୫୧ ହଜାର ପାର୍, ନିଫ୍ଟି କାରବାର ବୃଦ୍ଧି: ସେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ: ସେୟାର ବଜାରରେ ଗୁରୁବାର କାରବାର ଉତ୍ସାହଜନକ ରହିଛି । କାରବାର ଆରମ୍ଭରୁ ସେନସେକ୍ସ ୪୨୬ ଅଙ୍କ ବୃଦ୍ଧି ପାଇ ୫୧,୨୦୭.୬୧ରେ ଖୋଲିଥିଲା । କାରବାରର କିଛି ସମୟ ପରେ ସେନସେକ୍ସ ପୁନଶ୍ଚ ୬୦୫ ଅଙ୍କକୁ ବୃଦ୍ଧିପାଇ ୫୧,୩୮୬.୧୨ରେ ପହଞ୍ଚିଥିଲା ।

ସେହିଭଳି ନେସନାଲ ଷ୍ଟକ୍‌ଏକ୍ସଚେଞ୍ଜ୍‌ର ନିଫ୍ଟି ୮୦ ଅଙ୍କ ବୃଦ୍ଧିପାଇ ୧୫,୦୭୯.୮୫ରେ ଖୋଲିଥିଲା । କାରବାର ସମୟରେ ୧୮୮ଅଙ୍କ ବୃଦ୍ଧିପାଇ ୧୫,୧୭୦.୮୫ରେ ପହଞ୍ଚିଯାଇଥିଲା । ଏନ୍‌ଏସ୍‌ଇର ପ୍ରାୟ ୧୦୦୦ ସେୟାରରେ ବୃଦ୍ଧି ଏବଂ ୨୦୩ ସେୟାରରେ ହ୍ରାସ ପରିଲକ୍ଷିତ ହୋଇଛି । ସମସ୍ତ ସେକ୍ଟର ସବୁଜ ସଙ୍କେତରେ ଥିବା ଦେଖିବାକୁ ମିଳିଛି । ଫାର୍ମା ଏବଂ ପିଏସୟୁ ସେୟାରଗୁଡିକରେ ଅଭିବୃଦ୍ଧି ଦେଖିବାକୁ ମିଳିଛି । ପିଏସ୍‌ୟୁ ବ୍ୟାଙ୍କ, ଆଇଟି, ମେଟାଲ ସୁଚକାଙ୍କରେ ୧ରୁ ୨ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି ।

ଟଙ୍କାର ମୂଲ୍ୟ ଗୁରୁବାର ୭୨.୩୦ ଟଙ୍କା ରହିଛି । ବୁଧବାର ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୨.୩୨ ଟଙ୍କାରେ ବନ୍ଦ ହୋଇଥିଲା । 

Leave A Reply

Your email address will not be published.