Latest Odisha News

BREAKING NEWS

ପୁନଃ ନିଯୁକ୍ତି ଦାବିରେ କମ୍ପ୍ୟୁଟର ଶିକ୍ଷକଙ୍କ ଶୋଭାଯାତ୍ରା, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର 

ଭଦ୍ରକ: ପୁନଃ ନିଯୁକ୍ତି ସହ ବିଭିନ୍ନ ଦାବି ନେଇ କମ୍ପ୍ୟୁଟର ଶିକ୍ଷକଙ୍କ ଶୋଭାଯାତ୍ରା । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ । ଭଦ୍ରକ ଜିଲ୍ଲାରେ ୧୭୪ଟି ବିଦ୍ୟାଳୟର କମ୍ପ୍ୟୁଟର ଶିକ୍ଷକ ଓ ଶିକ୍ଷୟିତ୍ରୀ ସ୍ଥାୟୀ ନିଯୁକ୍ତି ଦାବି ନେଇ ବନ୍ତ ଛକ ନିକଟରୁ ଶୋଭାଯାତ୍ରାରେ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଏହି ଶିକ୍ଷକମାନେ ନିଯୁକ୍ତି ପାଇବା ପରେ ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ଶିକ୍ଷାଦାନ କରୁଥିଲେ । ଏନେଇ ସରକାରଙ୍କ ପକ୍ଷରୁ କମ୍ପ୍ୟୁଟର ଶିକ୍ଷାଦାନ କରିବା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ଭିତ୍ତିଭୂମିର ବିକାଶ ମଧ୍ୟ ହୋଇଥିଲା । ଏହି ଶିକ୍ଷାଦାନ ବ୍ୟବସ୍ଥା ଜିଲ୍ଲାର ସମସ୍ତ ୧୭୪ଟି ବିଦ୍ୟାଳୟରେ ୫ବର୍ଷ ଧରି ହେବା ପରେ ତାହା ହଠାତ୍ ବନ୍ଦ କରିଥିଲେ ସରକାର । ଫଳରେ ବର୍ତ୍ତମାନ ବହୁମୂଲ୍ୟ କମ୍ପ୍ୟୁଟର ଉପକରଣଗୁଡିକ ଖତ ଖାଉଛି । ଛାତ୍ରଛାତ୍ରୀମାନେ ଆଉ କମ୍ପ୍ୟୁଟର ଶିକ୍ଷା ପାଇପାରୁ ନାହାନ୍ତି ।

ଅନ୍ୟପକ୍ଷରେ ଏହି ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷକମାନଙ୍କୁ ଛଟେଇ କରାଯାଇଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କରି ପୁନଃ ନିଯୁକ୍ତି, ସ୍ଥାୟୀ ନିଯୁକ୍ତି, କମ୍ପ୍ୟୁଟର ଶିକ୍ଷା ପ୍ରଦାନ ବାଧ୍ୟତାମୂଳକ କରିବା ସହ ୫ଗୋଟି ଦାବି ନେଇ କମ୍ପ୍ୟୁଟର ଶିକ୍ଷକମାନେ ଶୋଭାଯାତ୍ରା କରିବା ସହ ଏକ ଦାବିପତ୍ର ଦେଇଛନ୍ତି । 

Leave A Reply

Your email address will not be published.