Latest Odisha News

BREAKING NEWS

୧୦୦ କୋଟି ଛୁଇଁଲା ଅଜୟ ଦେବଗନଙ୍କ ତାନଜୀ

ମୁମ୍ବାଇ: ବହୁ ପ୍ରତିକ୍ଷିତ ମୋଗଲଙ୍କ ଉପରେ ମରାଠା ମାନଙ୍କର ଆକ୍ରମଣ କାହାଣୀକୁ ପର‌୍ୟ୍ୟବେସିତ ଫିଲ୍ମ ତାନଜୀ: ଦି ଅନସଙ୍ଗ ୱାରିୟର ୧୦୦ କୋଟି କ୍ଲବରେ ପହଂଚିଛି ।

ଅଜୟ ଦେବଗନଙ୍କ ୧୦୦ତମ ଫିଲ୍ମ ଶୁଭମୁକ୍ତିର ୬ଷ୍ଠ ଦିନରେ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ରୋଜଗାର କରୁଛି ।

ଅପରପକ୍ଷରେ ଦୀପିକା ପାଦୁକୋନଙ୍କ ଛପାକ ଫିଲ୍ମ ଉତ୍ସାହଜନକ ବ୍ୟବସାୟ କରିନାହିଁ । ରିପୋର୍ଟ ମୁତାବକ ତାନଜୀ ୧୦୦ କୋଟି ରୋଜଗାର କରିଥିବା ବେଳେ ଏହା ମାତ୍ର ୨୪ କୋଟି ଆୟ କରିଛି ।

ଏସମ୍ପର୍କରେ ବଲିଉଡ ଟ୍ରେଡ ଆନାଲିଷ୍ଟ ତରନ ଆଦର୍ଶ ସୂଚନା ଦେଇଛନ୍ତି । ଅଜୟ ଦେବଗନ କ୍ୟାରିୟରର ୧୦୦ତମ ଫିଲ୍ମକୁ ସ୍ମରଣୀୟ କରିବାକୁ ଚାହୁଁଥିଲେ । ତାନଜୀରେ ତାଙ୍କ ବଳିଷ୍ଠ ଅଭିନୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି ।

ଜେଏନୟୁକୁ ଯିବା ଦୀପିକାକୁ କିଛି ମାତ୍ରାରେ ଅସୁବିଧାରେ ପକାଇଛି ବୋଲି ସିନେ ସମୀକ୍ଷକମାନେ ମତ ଦେଇଛନ୍ତି। ଛପାକ ଫିଲ୍ମ କ୍ରିଟିକ୍ସଙ୍କ ମନ ଜିଣିଥିଲେ ସୁଦ୍ଧା ଟିକେଟ କାଉଂଟରରେ ସେତେଟା ଭଲ ଆୟ କରି ନାହିଁ ।

Leave A Reply

Your email address will not be published.